ସଲମାନଙ୍କ ଗୋଟିଏ ପରାମର୍ଶ ବଦଳାଇ ଦେଇଥିଲା ଏହି ଅଭିନେତାଙ୍କ କ୍ୟାରିୟର

ବଲିଉଡ ଅଭିନେତା ବବି ଦେଓଲ ଆଜି ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ବବି ‘ବରସାତ୍‌’ ଫିଲ୍ମ ଜରିଆରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପୂର୍ବରୁ ସେ ଧର୍ମବୀର ଫିଲ୍ମରେ ଶିଶୁ କଳାକାର ଭାବରେ ମଧ୍ୟ ନଜର ଆସିଥିଲେ। ବବି ତାଙ୍କର ପ୍ରଥମ ଫିଲ୍ମ ‘ବରସାତ୍‌’ ପାଇଁ ଫିଲ୍ମଫେୟାର ବେଷ୍ଟ ଡେବ୍ୟୁ ପୁରସ୍କାର ମଧ୍ୟ ପାଇଥିଲେ। ଏହି ଫିଲ୍ମ ପରେ ସେ ‘ସୋଲଜର୍‌’, ‘ବାଦଲ’, ‘ବିଚ୍ଛୁ’, ‘ହମରାଜ’ ଏବଂ ‘ଅଜନାବି’ ଭଳି ଅନେକ ହିଟ ଫିଲ୍ମ ଦେଇଥିଲେ। କିନ୍ତୁ ଗୋଟିଏ ସମୟ ଏମିତି ଥିଲା, ଯେଉଁ ସମୟରେ ବବିଙ୍କୁ କାମ ମିଳି ନ ଥିଲା। ଏହା ତାଙ୍କ କ୍ୟାରିୟରର ସବୁଠାରୁ ଖରାପ ସମୟ ଥିଲା । ସେହି ସମୟରେ ସଲମାନ ଖାନଙ୍କ ପରାମର୍ଶ ତାଙ୍କ କ୍ୟାରିଅରକୁ ଟ୍ରାକକୁ ଫେରାଇ ଆଣିଥିଲା।
ଏକ ସାକ୍ଷାତକାରରେ ବବି ଦେଓଲ କହିଥିଲେ, ଦିନ ଥିଲା ମୁଁ ନିର୍ମାତାଙ୍କୁ ଭେଟିବା ଆରମ୍ଭ କରିଥିଲି କିନ୍ତୁ ସେମାନେ କାମ ଦେବାକୁ ମନା କରିଦେଇଥିଲେ। ସଲମାନ ମୋତେ ମୋର ଖରାପ ସମୟରେ ଭାଇ ସନ୍ନି ଦେଓଲ ଏବଂ ସଞ୍ଜୟ ଦତ୍ତଙ୍କ କାନ୍ଧ ଧରି ଚାଲିବାକୁ ପରାମର୍ଶ ଦେଇଥିଲେ। ଯଦି ତୁମେ ଅନ୍ୟ କଳାକାରଙ୍କ ସହିତ କାମ କର, ତେବେ ଏହା ବହୁତ ଭଲ ହେବ ।
ବବି ସଲମାନଙ୍କ କଥାକୁ ଗମ୍ଭୀରତାର ସହ ନେଇଥିଲେ। ପରେ ତାଙ୍କ କ୍ୟାରିୟର୍‌ ବଦଳି ଯାଇଥିଲା। ହତାଶ ଏବଂ ନିରାଶାରେ ଥିବା ବବିଙ୍କୁ ରେସ ୩ରେ ସଲମାନ ବ୍ରେକ ଦେଇଥିଲେ। ଯାହା ପରେ ତାଙ୍କ କ୍ୟାରିଅର୍‌ ଧୀରେ ଧୀରେ ଟ୍ରାକକୁ ଫେରିବା ଆରମ୍ଭ କଲା, କିନ୍ତୁ ଏହା ପରେ ତାଙ୍କ ୱେବ ସିରିଜ ଆଶ୍ରମ୍‌ ହିଟ ହୋଇଥିଲା। ଏହି ସିରିଜର ପ୍ରଥମ ଏବଂ ଦ୍ୱିତୀୟ ଭାଗ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ବର୍ତ୍ତମାନ ଦର୍ଶକମାନେ ଆଶ୍ରମ ଭାଗ ୩କୁ ଅପେକ୍ଷା କରିଛନ୍ତି । ବବିକ୍ୟାରିୟର ଆରମ୍ଭ ହେବାର ଗୋଟିଏ ବର୍ଷ ପରେ ତାନିଆଙ୍କୁ ବିବାହ କରିଥିଲେ। ତାନିଆ ତାଙ୍କୁ ସବୁବେଳେ କଷ୍ଟ ସମୟରେ ସାହାଯ୍ୟ କରୁଥିଲେ, ଏପରିକି ସେ ବବିଙ୍କୁ ଆର୍ଥିକ ଦୃଷ୍ଟିରୁ ସମର୍ଥନ କରିଥିଲେ। ଏହା ସହିତ ସେ ବ୍ୟବସାୟ ମଧ୍ୟ କରନ୍ତି । ତାଙ୍କର ମୁମ୍ବାଇରେ ଦୁଇଟି ଚାଇନିଜ ରେଷ୍ଟୁରାଣ୍ଟ ଅଛି ଏବଂ ସେ କୋଟି କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ତାଙ୍କ ସ୍ତ୍ରୀ ତାନିଆଙ୍କର ‘ଦି ଗୁଡ ଆର୍ଥ’ ନାମରେ ନିଜର ଆସବାବପତ୍ର ଏବଂ ଘର ସାଜସଜ୍ଜା ବ୍ୟବସାୟ ମଧ୍ୟ ଅଛି ।ସେ ଜଣେ ଡିଜାଇନର୍‌ ଭାବରେ କାମ କରନ୍ତି ।