ବୋଡ଼େନ,୧୧ା୯(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡ଼େନ ବ୍ଲକ ଡୁଡୁକାମୁଣ୍ଡା ଗ୍ରାମରେ ଗୁରୁବାର ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଡୁଡୁକାମୁଣ୍ଡା ଗ୍ରାମର ପରଶୁ ସତ୍ନାମୀ (୪୨)।
ସୂଚନା ଅନୁଯାୟୀ ପରଶୁଙ୍କ ସହ ଅନନ୍ତ ସଗରିଆ ଓ ଲୋଭା ସତ୍ନାମୀ ବିଲକୁ କାମ କରିବାକୁ ଯାଇ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ପରଶୁଙ୍କ ମୃତ୍ୟୁ ଘଟିଥିଲା। ଆହତ ଅନନ୍ତ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଓ ଲୋଭା ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।