ଖରସ୍ରୋତାରେ ବୁଡ଼ି ଜଣେ ମୃତ, ୪ ନିଖୋଜ

ଯାଜପୁର ଅଫିସ,୧୮।୩: ଯାଜପୁର ଟାଉନ ଥାନା ବଡ଼ସୁଆର ଅଞ୍ଚଳ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଶୁକ୍ରବାର ୬ ଜଣ ଯୁବକ ବୁଡିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ବେଳେ ୪ ଜଣ ଯୁବକ ନିଖୋଜ ଅଛନ୍ତି। ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ସମସ୍ତ ଯୁବକ ବଡ଼ ସୁଆର ଘାଟ ପାଖରେ ବୁଡ଼ି ଯାଇଥିବା ଜଣାପଡ଼ିଛି। ଉକ୍ତ ଯୁବକମାନେ ହୋଲି ଖେଳିସାରି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।