ବ୍ରହ୍ମପୁର ଯାଉଥିବା ବେଳେ ବସ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଚାଲିଗଲା ପ୍ରକାଶଙ୍କ ଜୀବନ, ଗୁରୁତର ଛାତ୍ରୀ…

ବ୍ରାହ୍ମଣୀଗାଁ,୭।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନାସ୍ଥିତ ବଡ଼ଶଙ୍ଖଠାରେ ମର୍ମନ୍ତୁଦ ଦୁର୍ଘଟଣା। ବସ ଓ ବାଇକ  ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର। ମୃତକ ଜଣକ ହେଲେ କିନାରୀଗାଁର ପ୍ରକାଶ ବଡ଼ାଇକ(୩୯ )। ସେହିଭଳି ଗୁରୁତର ଛାତ୍ରୀ ଜଣକ ହେଲେ ପୂଜାରାଣୀ ପାତ୍ର (୧୮) ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଚନ୍ଦ୍ରପୁରଠାରୁ ବ୍ରହ୍ମପୁର ଯାଉଥିବା ମହାଲକ୍ଷ୍ମୀ ନାମକ ଏକ ଘରୋଇ ବସ ବାଇକକୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାରେ ବାଇକଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ କଲେଜ ଛାତ୍ରୀ ଗୁରୁତର  ହୋଇଛନ୍ତି। ଆହତ ଛାତ୍ରୀଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରି ପ୍ରଥମିକ ଚିକିତ୍ସା କରାଯିବା ପରେ ଛାତ୍ରୀଙ୍କ ଡାହାଣ ଜଙ୍ଘ ରେ ଅତ୍ୟଧିକ ଆଘାତ ଲାଗିଥିବାରୁ ଡାକ୍ତର  ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।
ଅପରପକ୍ଷେ ମୃତକଙ୍କ ପରିବାରଲୋକେ ବସକୁ ଅଟକାଇବା ସହ କ୍ଷତିପୂରଣ ଦାବିରେ ମର ଶରୀରକୁ ରାସ୍ତାରେ ରଖି ଧାରଣା ବସିଥିଲେ। ପରେ ଦାରିଙ୍ଗବାଡି ତାସିଲଦର୍‌ ଧିରଜ କୁମାର ପାତ୍ର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ରେଡ କ୍ରସ ତରଫରୁ ମୃତ ବ୍ୟକ୍ତିଙ୍କ ଭାଇଙ୍କୁ ୨୦୦୦୦ ଏବଂ ବ୍ରାହ୍ମଣୀଗାଁ  ସରପଞ୍ଚ  ହରିଶ୍ଚନ୍ଦ୍ର ଯୋଜନା ରୁ ୩୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ବ୍ରାହ୍ମଣୀଗାଁ ଥାନା କେସ ନଂ ୧୦୪ ରୁଜୁ କରି ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଓଡ଼ି ୦୭ ଏ ଜେଡ ୭୬୭୧ ଏବଂ ଓଡି ୨୦ ସି ୧୪୩୭ କୁ ପୋଲିସ ଜବତ କରି ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ପଠାଇଛି । ସହାୟତା ରାଶି ପ୍ରଦାନ ପରେ ଯାନବାହାନ ଯାତାୟାତ ସାଭାବିକ ହୋଇଥିଲା ।

Share