ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏକ କୁକୁର ସହିତ ବାଇକ ଧକ୍କା ହୋଇଛି। ଫଳରେ ବାଇକ ଚାଳକ ମୁକ୍ତାପଶି ଗ୍ରାମର ପ୍ରମୋଦ ବେହେରା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଗୋଡ ଦୁଇଟି ଭାଙ୍ଗିଯାଇଛି । ତେବେ ବାଇକ ପଛରେ ବସିଥିବା ପ୍ରମୋଦଙ୍କ ସେଟ୍ରୀଙ୍ଗି ମିସ୍ତ୍ରୀ ଜୟପୁରା କାଟେଣୀ ଗ୍ରାମର ଗାନ୍ଧୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଉଭୟେ ବାଇକ ଯୋଗେ ମୁକ୍ତାପଶିରୁ ସେଟିଂ ପଟା ଆଣିବାକୁ ବହ୍ଳର ଛକ ଯାଉଥିବା ବେଳେ ହଠାତ୍‌ ଏକ କୁକୁର ପଳାଇ ଆସିବାରୁ ତା’ ସହିତ ଧକ୍କା ହୋଇଥିଲା । କୁକୁରଟି ମଧ୍ୟ ସେଠାରେ ମୃତ୍ୟୁ ହୋଇଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Share
Tags: odisha