ବେଙ୍ଗାଲୁରୁ,୧୩।୨: ଆଇପିଏଲ୍ ୨୦୨୫ ପାଇଁ ରଜତ ପଟିଦାରଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)ର ଅଧିନାୟକ କରାଯାଇଛି।
ପଟିଦାର ୨୦୨୧ ମସିହାରୁ ଆରସିବି ପାଇଁ ଖେଳୁଛନ୍ତି। ସେ ଆରସିବି ମାଧ୍ୟମରେ ତାଙ୍କର ଆଇପିଏଲ୍ ଡେବ୍ୟୁ କରିଥିଲେ। କିନ୍ତୁ ୨୦୨୧ରେ ପାଇଁ ଖେଳିଥିବା ପଟିଦାରଙ୍କୁ ପରବର୍ତ୍ତୀ ସିଜିନ ଅର୍ଥାତ୍ ୨୦୨୨ରେ କୌଣସି କ୍ରେତା ମିଳି ନଥିଲା, ଯାହା ପରେ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।
କିନ୍ତୁ ଆର୍ସିବିରେ ଖେଳିବା ଯୋଗୁ ସେ ତାଙ୍କ ବିବାହ ବାତିଲ କରିଥିଲେ। ତାଙ୍କ ବିବାହ ତାରିଖ ମଧ୍ୟ ସ୍ଥିର ହୋଇଥିଲା ଏବଂ ହୋଟେଲ ମଧ୍ୟ ବୁକ ହୋଇଥିଲା। ଏହା ତାଙ୍କ ବାପା ପ୍ରକାଶ କରିଥିଲେ।
ପଟିଦାର ଟୁର୍ନାମେଣ୍ଟରେ ଡେବ୍ୟୁ କରିଥିଲେ, ସେ ଆଇପିଏଲ୍ ୨୦୨୧ରେ ଆର୍ସିବି ପାଇଁ ଖେଳିଥିଲେ। ସେ ତାଙ୍କ କ୍ୟାରିୟରର ପ୍ରଥମ ସିଜିନରେ ୪ଟି ମ୍ୟାଚ ଖେଳିଥିଲେ। ଏହା ପରେ ଆର୍ସିବି ତାଙ୍କୁ ରିଟେନ କରି ନ ଥିଲା। ସେହିପରି, ୨୦୨୨ ନିଲାମରେ ମଧ୍ୟ କେହି ପଟିଦାରଙ୍କୁ କିଣି ନ ଥିଲେ। ବିକ୍ରି ନ ହୋଇ ରହିବା ପରେ, ପଟିଦାର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।
କିନ୍ତୁ ବିବାହ ପୂର୍ବରୁ, ତାଙ୍କୁ ଆର୍ସିବିରୁ ଏକ ଫୋନ ଆସିଥିଲା। ଆହତ ଖେଳାଳି ଲାଭନିଥ ସିସୋଡିଆଙ୍କ ସ୍ଥାନରେ ଆରସିବି ପଟିଦାରଙ୍କୁ ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରାଯାଇଥିଲା। ଏହି ନିମନ୍ତ୍ରଣ ପରେ ପାଟିଦାର ବିବାହ ବାତିଲ କରିଦେଲେ।
ପଟିଦାର ଆଇପିଏଲ କ୍ୟାରିୟରରେ ୨୭ଟି ମ୍ୟାଚ ଖେଳିଛନ୍ତି। ସେ ୨୪ଟି ଇନିଂସରେ ସେ ୩୪.୭୩ ହାରରେ ଏବଂ ୧୫୮.୮୪ ଷ୍ଟ୍ରାଇକ ରେଟ୍ରେ ୭୯୯ ରନ କରିଥିଲେ। ସେ ଗୋଟିଏ ଶତକ ଏବଂ ୭ ଅର୍ଦ୍ଧଶତକ ହାସଲ କରିଛନ୍ତି।