ଗଞ୍ଜାମ,୧୯ା୬(ବିଦ୍ୟାଧର ସାହୁ): ପ୍ରତି ତିନି ବର୍ଷକୁ ଥରେ ଅଗସ୍ତି ନୂଆ ଗାଁ’ରେ ଅନୁଷ୍ଠିତ ହେଉଥିବା ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦ୍ଵାଦଶ ଦିବସରେ ପହଁଚିଛି l ଚଳିତ ମାସ ୩ ତାରିଖରେ ଆରମ୍ଭ ହୋଇଥିବା ଯାତ୍ରା ଚତୁର୍ଦଶ ଦିବସରେ ପହଞ୍ଚିଛି l ଏଥିପାଇଁ ସମ୍ପୂର୍ଣ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି l ଗ୍ରାମ ଆରମ୍ଭରୁ ଶେଷ ଯାଏଁ ବିଭିନ୍ନ ଆଲୋକ ମାଳାରେ ଝଲସୁଛି ଗ୍ରାମ l
ମା’ ବିନ୍ଦ୍ୟାବାସିନୀ ବୁଢ଼ୀ ଠାକୁରାଣୀ ବର୍ତମାନ ଅସ୍ଥାୟୀ ମନ୍ଦିରରେ ପୂଜା ପାଉଛନ୍ତି l ଗ୍ରାମ ପୂଜକ ଟୁନା ରାଉଳ ମାଙ୍କ ପୂଜାର୍ଚନା କରୁଛନ୍ତି l ଏଥିସହ ମା’ଙ୍କ ଘଟ ସାହି ପରିକ୍ରମା ବେଳେ ସାହି ପିଲାଙ୍କ ବାଘ ନାଚ ମନମୋହୁଛି l ପରେ ଯାତ୍ରା ଉପଲକ୍ଷେ ପ୍ରତ୍ୟକ ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡି, ଗ୍ରାମର ଛୋଟ ଛୋଟ କୁନି ପିଲାଙ୍କ ଦ୍ୱାରା ନୃତ୍ୟ, ରେକର୍ଡ ଡ୍ୟାନ୍ସ ଅନୁଷ୍ଠିତ ହୋଇ ଆସୁଛିl ବର୍ତମାନ ଗ୍ରାମରେ ରାମାୟଣ ନାଟକ ପରିବେଷଣ ଚାଲିଛି l
ଗତ ୧୭ ରେ ସାମାଜିନ ନାଟକ ସ୍ୱାମୀ ମାନେ ସାବଧାନ ମଞ୍ଚସ୍ଥ ହୋଇଥିଲାl ଗତ ତିନିରୁ ଆରମ୍ଭ ହୋଇଥିବା ଯାତ୍ରା ୨୦ ରେ ସମାପନ ହେବl ଏହି ଯାତ୍ରାକୁ ଗ୍ରାମ୍ୟ ସଭାପତି ରଜତ କୁମାର ନାୟକ, ଉପସଭାପତି ବନମାଳୀ ସ୍ୱାଇଁ, ସମ୍ପାଦକ କାଳିଚରଣ ଗୌଡ଼ଙ୍କ ସମେତ ଗ୍ରାମବାସୀ ପରିଚାଳନା କରୁଛନ୍ତିl