ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ: ୨ ଦିନ ହେଲା  ବିଦ୍ୟାଳୟ  ବନ୍ଦ 

ପାଟଣା,୧୨।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା  ବ୍ଲକ ଉପାନ୍ତ ଅଞ୍ଚଳ ପଲାଣଘାଟି ପଞ୍ଚାୟତ ସଡ଼ଙ୍ଗ ବାହାଳି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନାତନ ମହାନ୍ତଙ୍କ ବଦଳି ଦାବି କରି ମଙ୍ଗଳବାର ଓ ବୁଧବାର  ବିଦ୍ୟାଳୟ ବନ୍ଦ ହୋଇଛି।  ଅଭିଭାବକ ମାନେ ପିଲାଙ୍କୁ ପାଠ ପଢିବା ପାଇଁ ବିଦ୍ୟାଳୟକୁ ଛାଡୁନାହାନ୍ତି। ଫଳରେ ବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ରହିଛି।  ବୁଧବାର ବିଦ୍ୟାଳୟର ଅଚଳାବସ୍ଥା ଦୂର କରିବା ପାଇଁ  ଏସ୍‌ଏମ୍‌ ସଭାପତି   ମାଘୁ ମୁଣ୍ଡାଙ୍କ ଅଧକ୍ଷାରେ ପାଟଣା ଏବି ଓ ସଚିଦା ନନ୍ଦ ସେଠୀ, ସି ଆର୍‌ ସିସି  ବିଭୁତି ପ୍ରଧାନ ପ୍ରମୁଖ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କୁ ନେଇ ବୈଠକ କରିଛନ୍ତି।
ତେବେ ୨ ଦିନ ଧରି  ଶିକ୍ଷା ଦାନ ଠପ୍‌ ହେବାପରେ ବ୍ଲକ ଶିକ୍ଷା ବିଭାଗର ବୁଧବାର ତତ୍ପରତା ପ୍ରକାଶ ପାଇଛି।  ଅଭିଭାବକଙ୍କ ଅଭିଯୋଗ  ଅନୁଯାୟୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିଭାବକ  ମାନଙ୍କୁ  ଦୁର୍ବ୍ୟବହାର କରିବା  ସହ  ବିଦ୍ୟାଳୟ ନିୟମିତ ଆସୁ ନ ଥିବା ସହ ଏମଡିଏମରେ ପିଲା ମାନଙ୍କୁ ଠିକ ଭାବେ ଖାଦ୍ୟ ଦେଉ ନ ଥିବାର ଅଭିଯୋଗ ହୋଇଛି। ଏଥି  ସହ ଶିକ୍ଷକଙ୍କ  ସ୍ତ୍ରୀ ବିଭିନ୍ନ ସମୟରେ  ସ୍କୁଲ ଭିତରେ  ଅବାଧ ରେ  ପ୍ରଶେ କରି ବିଭିନ୍ନ କଥା ରେ ହସ୍ତକ୍ଷେପ କରୁଥିବା ପରିଚାଳନା କମିଟି ସଦସ୍ୟ ସହ  ଅଭିଭାବକ   ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Share