ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ହଇରାଣ କରୁଥିବା ଖବର ପାଇଥିଲା  ପୋଲିସ।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସକୁ ଦେଖି କାର ସ୍ପିଡରେ ପଳେଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ପାଟ୍ରୋଲିଂ ପୋଲିସ ଗାଡି କାରକୁ ଗୋଡାଇଥିଲା। ରେଲୱେ ଷ୍ଟେସନ ସଲେପାଲିକୁ ଯାଇଥିବା ରାସ୍ତା ଛକ ନିକଟରେ  ଭାରସାମ୍ୟ ହରାଇ ଏକ ଏଲେକ୍ଟ୍ରି ଖୁଣ୍ଟରେ ଗାଡିଟି ପିଟି ହୋଇଥଲା । ଟାଉନ ପୋଲିସ କାରରେ ବସିଥିବା ଦୁଇ ଜଣଙ୍କୁ ଥାନାକୁ ନେଇ ଅଟକ ରଖି  ପଚାର ଉଚୁରା କରୁଥିବା ଟାଉନ ଥାନା  ଅଧିକାରୀ ଅବନୀ ସାହୁ କହିଛନ୍ତି।
Dharitri – Odisha’s No.1 Odia Daily

Share