ଚାଷ ଜମିକୁ ଯାଉଥିଲେ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ନୂଆପଡ଼ା,୧୧।୯(ମକାରୁ ବେମାଲ/ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଗୁରୁବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ସକାଳୁ ସକାଳୁ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଜଣ ଆହତ ହୋଇଛନ୍ତି। ବୋଡେନ ଥାନା ଡୁର୍କାମୁଣ୍ଡା ଗାଁରେ ଏହି ଘଟଣା ଘଟିଛି। ଚାଷ ଜମିକୁ ଯାଇଥିବାବେଳେ ହଠାତ୍‌ ଘଡ଼ଘଡ଼ି ମାରିବାରୁ ବ୍ୟକ୍ତି ଜଣଙ୍କ ଟଳିପଡ଼ିଥିଲେ। ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଅନନ୍ତ ସଗରୀୟା ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଡୁରୁକାମୁଣ୍ଡା ଗ୍ରାମର ପରଶୁ ସତନାମୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ବ୍ୟକ୍ତି ଲୋଭା ସତନାମି ଗୁରୁତର ଆହତ ହୋଇ ନୂଆପଡ଼ା ଜିଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ହୋଇଛନ୍ତି।
ସୂଚନାଯୋଗ୍ୟ, ତିନି ଜଣ କୃଷକ ନିଜ ବିଲରେ କାମ କରିବାକୁ ଯାଇ ଜମି ଫାର ବାନ୍ଧି ଫେରୁଥିବା ବେଳେ ବ୍ରଜପାତ ହୋଇଥିଲା।