ସୀତାପୁର,୨୪ା୯: ଉତ୍ତରପ୍ରଦେଶର ସୀତାପୁରରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ଅଭିଯୋଗ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଆସିଥିବା ମହମୁଦାବାଦ ବ୍ଲକର ପ୍ରାଥମିକ ବିଦ୍ୟାଳୟର ହେଡମାଷ୍ଟର ବ୍ରିଜେନ୍ଦ୍ର କୁମାର ବର୍ମା ବେସିକ ଶିକ୍ଷା ଅଧିକାରୀ (BSA) ଅଖିଲେଶ ପ୍ରତାପ ସିଂଙ୍କୁ ବେଲ୍ଟରେ ଆକ୍ରମଣ କରିଥିବା ଘଟଣା ଭାଇରାଲ ହୋଇଛି।
ଅଭିଯୋଗର ସ୍ପଷ୍ଟୀକରଣରେ ଅଧିକାରୀ ଅସନ୍ତୁଷ୍ଟ ହେବାରୁ ବର୍ମା ରାଗିଗଲେ ଓ ଫାଇଲ ଟେବୁଲ ଉପରେ ଫୋପାଡ଼ି ବେଲ୍ଟ ଖୋଲି ଅଧିକାରୀଙ୍କୁ ଅତି କମରେ ପାଞ୍ଚ ଥର ଆଘାତ କଲେ। ସେ ମଧ୍ୟ ଅଧିକାରୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ସହକର୍ମୀମାନେ ହସ୍ତକ୍ଷେପ କରି ତାଙ୍କୁ ଅଟକାଇଥିଲେ। ସୀତାପୁର ପୋଲିସ ବର୍ମାଙ୍କୁ ଗିରଫ କରିଛି।