ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ ଅନ୍ୟାନ୍ୟ ଦାବି ପ୍ରତି ସରକାରଙ୍କ ଅଣଦେଖା ପ୍ରତିବାଦରେ ଶୁକ୍ରବାର ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏଶନ(ଓମ୍‌ସା)।

ଫଳରେ ଆଜିଠାରୁ ୧ ଘଣ୍ଟା ଆଉଟ୍‌ଡୋର (ବର୍ହିବିଭାଗ) ରୋଗୀସେବା ବନ୍ଦ କରଯାଇଛି। ଏହାକୁ ସମର୍ଥନ ଜଣାଇ ଗଞ୍ଜାମ ଜିଲା ଛତ୍ରପୁର ଉପ ଖଣ୍ଡ ଚିକିତ୍ସାଳୟ ଏବଂ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ବର୍ହିବିଭାଗ ରୋଗୀସେବା ବନ୍ଦ ରହିଥିଲା। ଆନ୍ଦୋଳନ ପ୍ରତ୍ୟାହାର ପର୍ଯ୍ୟନ୍ତ ଏହିପରି ପ୍ରତ୍ୟେକ ଦିନ ୧ ଘଣ୍ଟା ରୋଗୀ ସେବା ବନ୍ଦ ରହିବ ବୋଲି ମେଡିକାଲ ଇନ୍‌ଚାଜ ଡାକ୍ତର ସ୍ବଧୀନ କୁମାର ରଥ ପ୍ରକାଶ କରିଛନ୍ତି।