ବିବାହରେ ମାରପିଟ୍‌ରେ କରି ଚେୟାର ଉଡାଇଲେ ବରଯାତ୍ରୀ, ମଟର ପନିରରେ ନଥିଲା…

ପ୍ରତ୍ୟେକ ବିବାହରେ ଝଗଡ଼ା ଏବଂ ମାରପିଟ୍‌ ହେବା ସାଧାରଣରେ ପରିଣତ ହୋଇଗଲାଣି। ପ୍ରାୟତଃ ବରପକ୍ଷ କନ୍ୟାପକ୍ଷଙ୍କ ମନୋମାଳିନ୍ୟ ହୋଇଥାଏ। ମାତ୍ର ଏହା
ଏବେ ଅତ୍ୟାଧିକ ମାତ୍ରାରେ ବଢ଼ିଯାଇଛି, କନ୍ୟାପକ୍ଷ ଦ୍ୱାରା ପ୍ରସ୍ତୁତ ଖାଦ୍ୟପେୟ ପାଇଁ ବର୍ତ୍ତମାନ ଝଗଡ଼ା ହେଉଥିବା ଦେଖିବାକୁ ମିଳୁଛି। ତେବେ ମାଛ କିମ୍ବା ମାଂସ ପାଇଁ ନୁହେଁ ଭାଇରାଲ ଭିଡିଓରେ ପନିର ପାଇଁ ଏହି ଝଗଡ଼ା ହୋଇଛି।
ଏକ୍ସରେ ଭାଇରାଲ ହୋଇଥିବା ଭିଡିଓରେ ମଟର ପନିରରେ ପନିର ନଥିବାରୁ ବରପକ୍ଷ ଚେୟାର ଫୋପାଡ଼ି ଭଙ୍ଗାରୁଜା କରି ମାରପିଟ୍‌ କରିଛନ୍ତି। ଚେୟାରଗୁଡିକ ଏଣେତେଣେ ଉଡ଼ିକି ପଡ଼ୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏକ୍ସ ଆକାଉଣ୍ଟ @gharkekaleshରେ ଶେୟାର କରାଯାଇଛି ଯାହାର କ୍ୟାପ୍‌ଶନ୍‌ରେ ଲେଖାଯାଇଛି, ମଟର ପନିରରେ ପନିର ନ ଥିବାରୁ ବରପକ୍ଷ କନ୍ୟା ପକ୍ଷଙ୍କ ଝଗଡ଼ା। ପନିର୍‌ ନାହିଁ ତ ବିବାହ ହେବନାହିଁ ବୋଲି ବରଯାତ୍ରୀ ଜିଦ୍‌ କରିଛନ୍ତି।

 

Share
Tags: Viral vedio