ବସରେ ସିଟ୍‌ ନ ମିଳିବାରୁ ବ୍ୟକ୍ତି କଲେ ଏପରି, ଭିଡିଓ ଭାଇରାଲ

ମୁମ୍ବାଇରେ ପ୍ରାୟତଃ ଟ୍ରାଫିକ୍‌ ସମସ୍ୟା ଦେଖାଯାଇଥାଏ। ଏହା ଦେଖି ସେଠାକାର ଜନସଂଖ୍ୟା କେତେ ଅଧିକ ତାହା ଅନୁମାନ କରାଯାଇ ପାରିବ। ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା ପାଇଁ ଲୋକଙ୍କୁ ପ୍ରତିଦିନ ଆନେକ କିଛି ସମସ୍ୟା ସାମ୍ନା କରିବାକୁ ପଡେ। ତେବେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ବସ୍‌ରେ ସିଟ୍‌ ନ ପାଇ କିପରି ନିଜ ଜୀବନକୁ ବିପଦରେ ପକାଇ ବସ୍‌ର ପଛ ପଟେ ଛିଡା ହୋଇଯାଉଛନ୍ତି। ଏହା ବର୍ତ୍ତମାନ ଭାଇରାଲ ହେଉଛି।
ତେବେ ଏହି ଭିଡିଓ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର ବୋଲି କୁହାଯାଉଛି।
ଜଣେ ଯୁବକ ନିଜ ଜୀବନକୁ ବିପଦରେ ପକାଇ ଏହିପରି ଯାତ୍ରା କରୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କାରଣ ଏପରି ଏକ ଛୋଟ ଭୁଲ ପାଇଁ କିଛିବି ହୋଇପାରେ। ଏହି ଭିଡିଓକୁ ଅନେକ ଲାଇକ୍‌ କରିଥିବା ବେଳେ ଅନେକ କମେଣ୍ଟ ଆସିଛି।

 

Share
Tags: Viral vedio