Categories: HomeHome Left

OMG! ୬୦୦୦ ଲୋକଙ୍କୁ ଚାକିରି ଦେବେ ଡଲି ଚାଏବାଲା, ଘୋଷଣା କରି ଚମକାଇଲେ… 

ନାଗପୁରର ପ୍ରସିଦ୍ଧ ଚା’ ବିକାଳି ସୁନୀଲ ପାଟିଲ, ଯାହାଙ୍କୁ ସମସ୍ତେ Oଲି ଚାୟାୱାଲା ନାମରେ ଜାଣନ୍ତି, ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ନିଆରା ଚା’ ପରିବେଷଣ ଶୈଳୀ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ ସୋସିଆଲ ମିଡିଆରେ ସେ ବେଶ ଲୋକପ୍ରିୟ। କିନ୍ତୁ ଏଥର ସେ ଏକ ବିଶେଷ କାରଣ ପାଇଁ ଖବରରେ ଅଛନ୍ତି।
ଡଲି ନିକଟରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଫଟୋ ସହ ଏକ ବଡ଼ ଘୋଷଣା କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଡଲି ଚାଏୱାଲା ତାଙ୍କ ପୋଷ୍ଟରେ ଦାବି କରିଛନ୍ତି ଯେ ସେ ସାରା ଦେଶରେ ୬୦୦୦ ଚାକିରି ସୃଷ୍ଟି କରିବେ। ଯଦି କାହା ପାଖରେ ଉତ୍ସାହ ଓ ଆଗକୁ ବିବାର ଆକାଂକ୍ଷା ଅଛି, ତେବେ ତୁମେ କେଉଁଠାରୁ ଆସୁଛ ତାହାର କୌଣସି ଗୁରୁତ୍ୱ ନାହିଁ। ଏହି ପୋଷ୍ଟ ଶେୟାର ହେବା ମାତ୍ରେ ଏହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଛି।
ଡଲିଙ୍କ ଏହି ଘୋଷଣାକୁ ନେଇ ନେଟିଜେନମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ବହୁତ ଭଲ କଥା! ଡଲି ଚାଏୱାଲା ଏବେ ଲୋକଙ୍କୁ ଚାକିରି ଦେବାରେ ଲାଗିଛନ୍ତି। ଆଉ ଜଣେ ଲେଖିଛନ୍ତି, ଆମେ ତୁମ ସହ ଅଛୁ, ଡଲି!
କହିରଖୁଛୁ, ମାଇକ୍ରୋସଫ୍ଟର ସହ-ସଂସ୍ଥାପକ ବିଲ ଗେଟ୍ସଙ୍କୁ ଚା’ ପରିବେଷଣ କରି ଡୋଲି ଚାଏୱାଲା ରାତାରାତି ଷ୍ଟାର ହୋଇଯାଇଥିଲେ। ତାଙ୍କର ଡଲି କି ଟୋପ୍ରି ନାମକ ଚା’ ଦୋକାନ ନାଗପୁରରେ ବେଶ ଲୋକପ୍ରିୟ। ଏହାପରେ ସେ ଦୁବାଇରେ ଏକ ଅଫିସ ମଧ୍ୟ ଖୋଲିଛନ୍ତି, ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ଫ୍ରାଞ୍ଚାଇଜି ମଡେଲ ମାଧ୍ୟମରେ ଡଲି କି ଟୋପ୍ରିର ବ୍ୟାପାର ବିସ୍ତାର କରୁଥିବା ସୁନୀଲ ପାଟିଲ ଏବେ ଜଣେ ସଫଳ ବ୍ୟବସାୟୀ ଭାବେ ଉଭା ହୋଇଛନ୍ତି। ଏହି ଘୋଷଣା ସତ ହୋଇଥିଲେ ଏହା ହଜାର ହଜାର ଯୁବକଙ୍କ ପାଇଁ ନୂଆ ସୁଯୋଗ ଆଣିପାରେ। ତେବେ ଏହାର ବିବରଣୀ ଓ ବେତନ ସମ୍ବନ୍ଧୀୟ ତଥ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଡଲିଙ୍କ ଏହି ପଦକ୍ଷେପ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ଏବଂ ଲୋକେ ଏହାର ଅଧିକ ଅପଡେଟ ପାଇଁ ଅପେକ୍ଷା କରିଛନ୍ତି।