୪୦ ଅଣ୍ଡାରେ ଓମଲେଟ୍‌, ଭିଡିଓ ଦେଖିଲେ…

ଯଦି ଖାଦ୍ୟକୁ ଏକ ପ୍ଲେଟ୍‌ରେ ସଜାଇ ରଖାଯାଏ ତେବେ ପାଟିରୁ ଲାଳ ନିଶ୍ଚିତ ବାହାରିବ। ଆପଣମାନେ ଓମଲେଟ୍‌ ନିଶ୍ଚିତ ଖାଇଥିବେ। ମାତ୍ର ୪୦ ଅଣ୍ଡାରେ ଓମଲେଟ୍‌ ତିଆରି ହେଉଥିବା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଜଣେ ବିକ୍ରେତା କୁକୁଡ଼ା ଅଣ୍ଡାକୁ ଏତେ ପରିମାଣରେ ରଖି ଏକ ଓମଲେଟ ତିଆରି କରିଛନ୍ତି। ଯାହା ଦେଖିବା ପରେ ଲୋକଙ୍କ ହୃଦ୍‌ସ୍ପନ୍ଦନ ବଢ଼ିଯାଇଛି।

ଭିଡିଓରେ ଦେଖିବାକୁ ମିଳିଛି, ଏକ ପ୍ୟାନ୍‌ରେ ୪୦ଟି ଅଣ୍ଡା ଭାଙ୍ଗୁଛନ୍ତି ବ୍ୟବସାୟୀ। ପ୍ୟାନ୍‌ରେ ୧୦୦ ଗ୍ରାମ ଲହୁଣୀର ୨ଟି ବ୍ଲାକ୍‌ସ୍‌ ରଖିଥିଲେ। ସେଥିରେ ଟିକେ ଟମାଟୋ ସସ୍‌ ଦେଉଛନ୍ତି। ଅଳ୍ପ ଭାଜିବା ପରେ ସେ ପ୍ୟାନରେ ଓମ୍‌ଲେଟ୍‌ର ଆରପଟକୁ ଓଲଟାଉଛନ୍ତି। ପରେ ଓମଲେଟ୍‌ ଉପରେ ବଟର ସସ୍‌ ରଖି ତା’ପରେ କବାବ୍‌କୁ ଭାଜିଥିଲେ। ଶେଷରେ ଏହା ଉପରେ ପନିର ପକାଇଥିଲେ। ଯାହା ଆଖିକୁ ବହୁତ ସୁନ୍ଦର ଦେଖାଯାଉଛି।

୪୦ ଅଣ୍ଡା ଓମ୍‌ଲେଟର ଦୃଶ୍ୟ ୟୁଟ୍ୟୁବରେ ଏକ ଖାଦ୍ୟ ଭ୍‌ଲଗ ARE YOU HUNGRY ଚ୍ୟାନେଲରେ ଦେଖାଯାଇଛି। ଭିଡିଓ ଖୁବ୍‌ ଭାଇରାଲ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୧ କୋଟିରୁ ଅଧିକ ଥର ଦେଖାସରିଲାଣି। ଲୋକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏତେ ପରିମାଣର ଅଣ୍ଡା ଦେଖିଲେ କୋଲେଷ୍ଟରଲ ବଢ଼ିଯିବା ସହ ହାର୍ଟଆଟାକ୍‌ ମଧ୍ୟ ହେବ। ଆଉ ଜଣେ ୟୁଜର ଲେଖିଛନ୍ତି, ଏମିତି କାହିଁକି ତିଆରି କରାଗଲା। ଭିନ୍ନ ଭିନ୍ନ ୟୁଜରମାନେ ନାନା ପ୍ରତିକ୍ରିୟା ଦେଇଛନ୍ତି।