ଅଲିମ୍ପିଆଡ ପୁରସ୍କାର: ପ୍ରତ୍ୟୁଷ ବେହେରାଙ୍କୁ ଗୋଲ୍ଡ ମେଡାଲ

ମୋରଡ଼ା,୯ା୯(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ବିଦ୍ୟଜ୍ୟୋତି ପବ୍ଲିକ ସ୍କୁଲରେ ଅଲିମ୍ପିଆଡ ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଡାଇରେକ୍ଟର ସଞ୍ଜୟ କୁମାର ସେନାପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶହୀଦ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦିଲୀପ କୁମାର ଭୋଇ ଏବଂ ୟୁଜିଏସ ମହାବିଦ୍ୟାଳୟର ଅଧ୍ୟାପିକା ଜ୍ୟୋର୍ତିମୟୀ ପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଆଇଟିଓ଼ ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିଥିବା ଦ୍ୱିତୀୟ ଶ୍ରେଣୀର ଛାତ୍ର ପ୍ରତ୍ୟୁଷ ବେହେରାଙ୍କୁ ଗୋଲ୍ଡ ମେଡାଲ ସହିତ ୧୨୦୦ ଟଙ୍କାର ଚେକ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା l ସେହିପରି ଛାତ୍ର ଅଂଶୁମାନ ବେହେରା, ସୌମ୍ୟ ଶଙ୍କର ସେନାପତି, ବିଶ୍ୱରଞ୍ଜନ ମହାନ୍ତ, ଛାତ୍ରୀ ଦୀପଶିକ୍ଷା ମହାପାତ୍ର, ଆକ୍ରତି ରାଉଳଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ତାପସୀ ଲେଙ୍କା, ସଂଗୀତା ପାଣିଗ୍ରାହୀ, ଶୁଭଶ୍ରୀ ମହାନ୍ତ, ପ୍ରିୟଙ୍କା ରାୟବାବୁ, ନମିତା ମହାନ୍ତ, ପ୍ରିୟଙ୍କା ସିଂବାବୁ, ପ୍ରକୃତିପ୍ରୀତମ ମହାନ୍ତ, ସୁମିତ ମହାନ୍ତ, ସଞ୍ଚିତା ବେହେରା, ସ୍ବପ୍ନା ମୁର୍ମୁ, ବିଜୟ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।