Categories: Home Leftଖେଳ

ଅଲିମ୍ପିକ୍ସ: ଅନୁୟାଙ୍କୁ ସ୍ବର୍ଣ୍ଣ, ପ୍ରାଞ୍ଜଳିଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୧୭ା୧୧: ଭାରତର ଅନୁୟା ପ୍ରସାଦ ଓ ପ୍ରଞ୍ଜଳି ପ୍ରଶାନ୍ତ ଧୂମଲ ଟୋକିଓଠାରେ ଚାଲିଥିବା ବଧିରଅଲିମ୍ପିକ୍ସର ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରି ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ହାସଲ କରିଛନ୍ତି। ଅନୁୟା ବଧିର ଫାଇନାଲ ବିଶ୍ୱ ରେକର୍ଡ ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରାଞ୍ଜଳି କ୍ୱାଲିଫିକେଶନ ବିଶ୍ୱ ରେକର୍ଡ ସ୍କୋର ସହ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ।

ଅନ୍ୟପକ୍ଷେ ପୁରୁଷ ୧୦ମିଟର ଏୟାର ପିସ୍ତଲରେ ଅଭିନବ ଦେଶଓ୍ବାଲ କ୍ୱାଲିଫିକେଶନ ବିଶ୍ୱ ରେକର୍ଡ ସହ ରୌପ୍ୟ ଜିତିଥିଲେ। ଫଳରେ ପ୍ରତିଯୋଗିତାର ଦୁଇ ଦିନ ପରେ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି। ହାଇଦ୍ରାବାଦରେ ଥିବା ଅଲିମ୍ପିଆନ ଗଗନ ନାରଙ୍ଗଙ୍କ ଶୁଟିଂ ଏକାଡେମୀରେ ଟ୍ରେପିଂ ନେଉଥିବା ୨୩ବର୍ଷୀୟ ଧନୁଷ ଶ୍ରୀକାନ୍ତ ୧୦ମିଟର ଏୟାର ରାଇଫଲରେ ସ୍ବର୍ଣ୍ଣ ଜିତିଥିଲେ। ଅନୁୟା କ୍ୱାଲିଫିକେଶନ ରାଉଣ୍ଡରେ ୫୬୪ ଶଟ୍‌ ସହ ୮ ଶୁଟରଙ୍କୁ ନେଇ ହୋଇଥିବା ଫାଇନାଲରେ ପ୍ରବେଶ କରିଥିବାବେଳେ ପ୍ରାଞ୍ଜଳି ପ୍ରିଲିମିନାରୀ ରାଉଣ୍ଡରେ ଚମତ୍କାର ୫୭୨ ସ୍କୋର ସହ କ୍ୱାଲିଫିକେଶନ ବିଶ୍ୱ ରେକର୍ଡ ସହ ୮ ଶୁଟରଙ୍କୁ ନେଇ ଅନୁଷ୍ଠିତ ଫାଇନାଲକୁ ଉନ୍ନୀତ ହୋଇଥିଲେ।