Tokyo: India's Deepika Kumari competes in the women's individual 1/8 eliminations round of the archery event, at the Summer Olympics 2020, in Tokyo, Friday, July 30, 2021. Deepika Kumari lost her quarterfinal match to top seed An San of South Korea. (PTI Photo/Gurinder Osan) (PTI07_30_2021_000270B)
ଟୋକିଓ,୩୧।୭: ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀଙ୍କ ଅଲିମ୍ପିକ ପଦକ ହାସଲ ଆଶା ଧୂଳିସାତ ହୋଇଛି। ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ ସେ କୋରିଆର ଟପ୍ସିଡ୍ ଖେଳାଳି ଅନ ସାନଙ୍କଠାରୁ ସିଧାସଳଖ ସେଟ୍ରେ ପରାସ୍ତ ହେବା ସହ ଆତ୍ମସମର୍ପଣ କରି ପରାସ୍ତ ହୋଇଛନ୍ତି। ତୃତୀୟଥର ପାଇଁ ଦୀପିକାଙ୍କ ପଦକ ଆଶା ପୂରଣ ହୋଇପାରିନାହିଁ। ସେ ୦-୬ରେ ଅନଙ୍କଠାରୁ ପରାସ୍ତ ହୋଇଥିଲେ। ଏଥିସହ ଦୀପିକା ୩ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ମଧ୍ୟ ପଦକରୁ ବଞ୍ଚିତ ରହିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ପ୍ରି- କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଥିଲେ। ସେହିପରି ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ପଦାର୍ପଣ କରିଥିଲେ ମଧ୍ୟ ପ୍ରାରମ୍ଭିକ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିଲେ। ଦୀପିକାଙ୍କ ସ୍ବାମୀ ଅତନୁ ଦାସ ଏକମାତ୍ର ଭାରତୀୟ ଭାବେ ଅଲିମ୍ପିକ୍ସ ତୀରନ୍ଦାଜୀରେ ଭାରତର ଆଶା ଉଜ୍ଜୀବିତ ରଖିଛନ୍ତି।