ଋଷିକୂଲ୍ୟା ମୁହାଁଣରେ ଅଲିଭ ରିଡଲେଙ୍କ ସମାଗମ, କଡ଼ାକଡ଼ି ହେଲା ପାଟ୍ରୋଲିଂ, ଖୁବ୍‌ଶୀଘ୍ର…

ଗଞ୍ଜାମ,୧୮।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଚ ଅଲିଭ ରିଡଲେ କଇଁଚ ମାନଙ୍କ ଧୀରେ ଧୀରେ ସମାଗମ ହୋଇଥିବା ଜଣାପଡ଼ିଛି । ମଙ୍ଗଳବାର ସାମୁଦ୍ରିକ କଇଁଚଙ୍କ ସୁରକ୍ଷା ନେଇ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଋଷିକୁଲ୍ୟା ନଦୀ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ପେଟ୍ରୋଲିଙ୍ଗ କରାଯାଉଥିବା ବେଳେ ସମୁଦ୍ରର ନୀଳଜଳ ରାଶି ମଧ୍ୟରେ ଅଲିଭ ରିଡଲେ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ଲକ୍ଷ ଲକ୍ଷ ସଂଖ୍ୟାରେ ସାମୁଦ୍ରିକ କଇଁଚ ଋଷିକୁଲ୍ୟା ମୁହାଁଣରେ ସମାଗମ ହେବା ସହ ମିଳନ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଚଳିତ ବର୍ଷ ଅଧିକ ସଂଖ୍ୟକ କଇଁଛଙ୍କ ଗଣ ଅଣ୍ଡାଦାନ ହେବ ବୋଲି ପରିବେଶବିତମାନେ ପୂର୍ବାନୁମାନ କରିଛନ୍ତି l ନଭେମ୍ବର ପ୍ରଥମ ସପ୍ତାହରୁ ମେ ’ମାସ ପର୍ଯ୍ୟନ୍ତ ଋଷିକୁଲ୍ୟା ମୁହାଁଣ ଅଞ୍ଚଳରେ ନୋ ଫିସିଙ୍ଗ ଜୋନ ଭାବେ ବନ ବିଭାଗ ପକ୍ଷରୁ ପୂର୍ବରୁ ଘୋଷଣା କରି ସାରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ରହିଥିବା ବିଭିନ୍ନ ମତ୍ସ୍ୟଜୀବି ଗ୍ରାମ ମାନଙ୍କରେ ଅଲିଭ ରିଡଲେଙ୍କ ସୁରକ୍ଷା ନେଇ ସଚେତନତା ଜାରି ରହିଛି ବୋଲି ବନ ବିଭାଗ ପକ୍ଷରୁ କୁହା ଯାଇଛି । ସୃଷ୍ଟି କରାଯାଉଛି । ଏଥିସହ କଇଁଛଙ୍କ ସୁରକ୍ଷା ନିମନ୍ତେ ବନ ବିଭାଗ ପକ୍ଷରୁ ବେରିକେଟ ନିର୍ମାଣ ସହ ସମୁଦ୍ର ବେଳାଭୂମି ସଫେଇ କାର୍ଯ୍ୟ ଜାରି ରହିଥିବା ଦେଖିବାକୁ ମିଳିଛି ।

Dharitri – Odisha’s No.1 Odia Daily

Share