ଗାଧୋଇବାକୁ ଯାଇ ଘରକୁ ଫେରିଲେନି, ପୋଖରୀରେ ଭାସିଲା ମୃତଦେହ; ଖବର ପାଇ…

ଥୁଆମୂଳ ରାମପୁର,୨୯।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଓଡ୍ରି ଗ୍ରାମପଞ୍ଚାୟତ ସ୍ଥିତ ର୍ଚିକା ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା l ଗ୍ରାମର ଜଣେ ବ୍ୟକ୍ତି ପୋଖରୀରେ ଗଧୋଇବାକୁ ଯାଇ ବୁଡି ପ୍ରାଣ ହରାଇଥିବା ଜଣା ପଡିଛି। ମୃତ ବ୍ୟକ୍ତି ଜଣକ ହେଲେ ଗ୍ରାମର ସୁକ୍ରୁ ମାଝୀ ଓରଫ ହୁକ୍ରୁ (୫୫)।

ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ ଗାଁର କମ୍ୟୁନିଟି ଗୃହ ପାଖ ପୋଖରୀକୁ ହୁକ୍ରୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରୁ ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବା ଦେଖି ଘର ଲୋକେ ପୋଖରୀକୁ ଖୋଜିବାକୁ ଯାଇଥିଲେ। ସେଠାରେ ପରିବାରଲୋକେ ତାଙ୍କୁ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ସେତେବେଳକୁ ସନ୍ଧ୍ୟା ହୋଇଯାଇଥିଲା। ଏନେଇ ଥୁଆମୂଳ ରାମପୁର ଥାନାକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜଗି ରହିଛନ୍ତି। ଗୁରୁବାର ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବ ବୋଲି ସୂଚନା ମିଳିଛି ।

Dharitri – Odisha’s No.1 Odia Daily

Share