ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ ବ୍ୟାଚର ୬ଷ୍ଠ ତମ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁରସ୍ଥିତ ଶ୍ରୀ ଚନ୍ଦ୍ରଚୁଡେଶ୍ୱର ସ୍ଫଟିକଲିଙ୍ଗ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ୪୦ରୁ ଊଦ୍ଧର୍ବ ପୁରାତନ ଛାତ୍ରୀଛାତ୍ରଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।
ମନ୍ଦିରରେ ପୂଜାର୍ଚ୍ଚନା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପୁରାତନ ଛାତ୍ର ପ୍ରଶାନ୍ତ କୁମାର ଦାଶ ଏବଂ ଅଭିମନ୍ୟୁ ଜାନି ସ୍ୱାଗତ ଭାଷଣ ଦେଇଥିଲେ। ପୁରାତନ ଛାତ୍ର ସ୍ୱର୍ଗତ ଅଶୋକ କୁମାର ରଥଙ୍କ ବିୟୋଗରେ ସ୍ମୃତିଚାରଣ କରାଯିବା ସହ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଛାତ୍ର ଜୀବନରେ ଅତୀତର ସ୍ମୃତିକୁ ମନେପକାଇ ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନ କରିଥିଲେ।
ତୁଷାର କୁମାର ବେହେରା ଏବଂ ସଚିତ୍ର କୁମାର ସାବତଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଆଲୋଚନା ସଭାରେ ସିଏଚ୍ ଦିଲ୍ଲୀପ କୁମାର ସୁବୁଦ୍ଧି ବାର୍ଷିକ ବିବରଣୀ ପାଠ କରିଥିଲେ । ନିଜ ନିଜ ବୃତ୍ତିଗତ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ପାଇଁ କୈଳାସ ଚନ୍ଦ୍ର ଗୌଡ ଏବଂ ବାଳକୃଷ୍ଣ ଜେନା ଓ ତାଙ୍କ ସହଧର୍ମିଣୀଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା।
କୁନି କୁନି ଶିଶୁଙ୍କ ନୃତ୍ୟ, ଗୀତରେ ସମସ୍ତେ ଝୁମି ଉଠିଥିଲେ। ପୁରାତନ ଛାତ୍ର ବୁଲା ବାଡତ୍ୟା, ସୁଦାମ ବେହେରା ଓ ତପନ ପଣ୍ଡା ସଙ୍ଗୀତ ପରିବେଷଣ କରିଥିଲେ। ପ୍ରାଣକୃଷ୍ଣ ବେହେରା, ରବୀନ୍ଦ୍ର ତ୍ରିପାଠୀ, ପି. ଚିଦାନନ୍ଦ ପାତ୍ର, ଡି. ଦଣ୍ଡପାଣି ପାତ୍ର, ଏସ. ସଞ୍ଜିତ ସୁବୁଦ୍ଧି, ବିରଞ୍ଚି ହୋତା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଶେଷରେ ଏନ୍. ଘନଶ୍ୟାମ ରେଡ୍ଡୀ ଓ ରାମନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।