ଗାଁ କୋଠଘରକୁ ଟିଭି ଦେଖିବାକୁ ଯାଇ ଫେରିଲେନି ବୃଦ୍ଧ: ଆଉ ଫେରିଲେନି…

ପରଜଙ୍ଗ୨୮।୯(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ତୁର ତଳସାହିର ଜଣେ ବୃଦ୍ଧ ଘୋଡାଡିଆଁ ନାଳରେ ବୁଡି ମୃତ୍ୟୁ ଘଟିଛି। ମୃତକ ଜଣଙ୍କ  ହେଉଛନ୍ତି  ବସନ୍ତ ବିଶ୍ବାଳ(୬୭)।
ସୂଚନା ମୁତାବକ ଗୁରୁବାରରେ ବେଳେ ବୃଦ୍ଧ ଜଣଙ୍କ ଗ୍ରାମକୋଠ ଘରେ ଟିଭି ଦେଖୁଥିଲେ। ପରେ ତାଙ୍କ ପରିବାର ଲୋକ ରାତି  ଖାଦ୍ୟ ଖାଇବାକୁ  ଖୋଜି  ତାଙ୍କୁ ପାଇ ନ ଥିଲେ। ଶୁକ୍ରବାର  ସକାଳ ଳେ  ଗ୍ରାମବାସୀ ଉକ୍ତ ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧଙ୍କ ମୃତ ଦେହ ପାଣିରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ  ସେଠାରେ ପହଞ୍ଚି ମୃତ ଦେହ ଚିହ୍ନଟ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।