ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।
ସୂଚନା ପ୍ରକାରେ, ଆର.ଉଦୟଗିରି ଥାନା ମକାପଦା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଆର.ଉଦୟଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ( ଓଡ଼ି୨୫ଏମ ୬୦୩୦ ) ସହ ଚାଳକଙ୍କୁ କାବୁ କରି ଅଧିକ ତଦନ୍ତ ଚଳାଇଛି । ବାରମ୍ବାର ଏହି ସ୍ଥାନରେ ଏପରି ଦୁର୍ଘଟଣା ଘଟିବା ଓ ବାଇକରେ ବିନା ହେଲମେଟରେ ୩ ଜଣ ଯାତ୍ରା କରିବା ଓ ଦୃତଗତି ଏହି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ସ୍ଥାନୀୟ ବ୍ୟକ୍ତିମାନେ କହିଛନ୍ତି । ସଡ଼କ ସୁରକ୍ଷା ମାସ ଚାଲିଥିବା ବେଳେ ଏପରି ଦୁର୍ଘଟଣା ଘଟିବା ଦୁଃଖର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
Dharitri – Odisha’s No.1 Odia Daily