ଡିଜିଟାଲ ଆରେଷ୍ଟରେ ୧.୨ କୋଟି ହରାଇଲେ ବୃଦ୍ଧ: ଆଉ ତା’ପରେ ଯାହା ଘଟିଲା…

ପୁଣେ,୩୦ା୧୦: ଡିଜିଟାଲ ଆରେଷ୍ଟ ସାଇବର ଠକେଇରେ ଫସି ମାସେ ତଳେ ୧.୨ କୋଟି ଟଙ୍କା ହରାଇଥିବା ପୁଣେର ୮୩ ବର୍ଷୀୟ ବ୍ୟକ୍ତିଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଠକମାନେ ନିଜକୁ ପୋଲିସ ଓ ସିବିଆଇ ଅଫିସରର ପରିଚୟ ଦେଇ ଉକ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ତାଙ୍କ ସ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଥିଲେ।

ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ସମ୍ପୃକ୍ତ ଥିବା ମନିଲଣ୍ଡରିଂ ମାମଲାରେ ତାଙ୍କ ନାମ ରହିଥିବା କହି ସେମାନେ ଉକ୍ତ ବୃଦ୍ଧ ବ୍ୟକ୍ତିଙ୍କୁ ଭୟଭୀତ କରାଇବା ସହ ଏକାଧିକ ଥରରେ ୧.୨ କୋଟି ଟଙ୍କା ନେଇଯାଇଥିଲେ। ହୃଦ୍‌ଘାତରେ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଏନେଇ ଏକ ଏତଲା ଦେଇଥିବା ସାଇବର ଥାନା ଅଧିକାରୀ କହିଛନ୍ତି।