ଗାଧୋଇ ବାକୁ ଯାଇ ଆଉ ଫେରିଲେନି , ଶେଷରେ…

ନୂଆପଡ଼ା,୩୦ା୯ (ମକାରୁ ବେମାଲ ): ନୂଆପଡ଼ା ଜିଲା କୋମନା ଥାନା ସଦର ମହକୁମା ସୁନ୍ଦର ନଦୀରୁ ମଙ୍ଗଳବାର ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ କୋମନା ସଦରର ଚୈତନ୍ୟ ବନଛୋର (୭୧)। ସୂଚନା ଅନୁସାରେ ଶନିବାର ଚୈତନ୍ୟ ସୁନ୍ଦର ନଦୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ମଧ୍ୟ ସନ୍ଧାନ ପାଇ ନ ଥିଲେ। ମଙ୍ଗଳବାର ଉକ୍ତ ନଦୀ ପୋଲ ଦେଇ ସ୍ଥାନୀୟ ଲୋକେ ଯିବା ବେଳେ ତାଙ୍କ ମୃତ ଦେହ ଭାସୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ପୋଲିସ ସହାୟତାରେ ମୃତଦେହ ଜବତ କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Share