ବଲାଙ୍ଗୀର,୫।୧୦(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ଉପରୁ ଜଣେ ବୃଦ୍ଧ ଡେଇଁ ପଡ଼ି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ବୃଦ୍ଧ ଜଣକ ହେଲେ ତୁଷୁରା ଥାନା ଅନ୍ତର୍ଗତ ଧାନଘରା ଗ୍ରାମର କୀର୍ତ୍ତି ରଣା( ୭୫ )।
ସୂଚନା ଅନୁଯାୟୀ, ଗତକାଲି କୀର୍ତ୍ତି ରଣା ତାଙ୍କ ଗାଁର ପଡୋଶୀଙ୍କ ସହ କିଛି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା l ରବିବାର ବୃଦ୍ଧ ଜଣକ ତେଲ ନଦୀ ବ୍ରିଜ ଉପରକୁ ଆସି ହଠାତ ଡେଇଁ ପଡ଼ିଥିବା କୁହାଯାଉଛି। ଖବର ପାଇ ତୁଷୁରା ଥାନା ପୋଲିସ ମୃତଦେହକୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛି l ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କରିଥିବାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ସହିତ ଗାଁକୁ ଯାଇ ପଚରାଉଚରା କରୁଥିବା ଜଣାଯାଇଛି l
Dharitri – Odisha’s No.1 Trusted Odia Daily