ବନ୍ତ,୧୯।୩(ହରି ନାରାୟଣ ମହାନ୍ତି) : ବୁଧବାର ସକାଳ ପ୍ରାୟ ସାଢେ ୭ଟା ସମୟରେ ଭଦ୍ରକ ଜିଲା ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର 53ନଂ.ରାଜ୍ୟ ରାଜପଥର ଶ୍ରୀବନ୍ତପୁର ଛକ ପୂର୍ବରୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି ା ମୃତ ବ୍ୟବସାୟୀ ଜଣକ ବନ୍ତ ଥାନା ଅଧିନ ଚାଇଁପୁର ଗ୍ରାମର ଶରତ ଜେନା(52) ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି ା
ପ୍ରକାଶ ଯେ, ଶରତ ଜଣେ ବ୍ୟବସାୟୀ ହୋଇଥିବା ବେଳେ ସବୁ ପାଳି ପରି ଆଜି ସକାଳେ ଶୁଖୁଆ ଧରି ବନ୍ତ ହାଟକୁ ବିକିବା ପାଇଁ ଘରୁ ସାଇକେଲ ଯୋଗେ ବାହାରି ଥିଲେ ା ରାଜ୍ୟ ରାଜପଥରେ ବନ୍ତ ହାଟକୁ ଯାଉଥିବା ବେଳେ ଆନନ୍ଦପୁର ପାର୍ଶ୍ୱରୁ ଆସୁଥିବା ଏକ ତେଲ ଟ୍ୟାଙ୍କର ତାଙ୍କୁ ପଛ ପାଖରୁ ପିଟି ଦେଇଥିଲା ା ଫଳରେ ସେ ଚକା ତଳେ ପଡି ଯିବାରୁ ଚାପି ହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ା ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ା ରାସ୍ତାରେ ମୃତ ଦେହ ରଖି ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଥିଲେ ା ଫଳରେ ଉଭୟ ପାର୍ଶ୍ୱରୁ ଯାନବାହାନ ଚଳାଚଳ ବନ୍ଦ ରହିଥିଲା ା ଘଟଣା ସ୍ଥଳରେ ପୋଲିସ ପହଞ୍ଚତ୍ ଲୋକଙ୍କୁ ବୁଝାସୁଝା କରିଥିଲା ା ଭଣ୍ଡାରିପୋଖରୀ ଭାଜପା ନେତା ସୁଧାଂଶୁ ଶେଖର ନାୟକ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଯୁବ କଂଗ୍ରେସ ନେତା ଜ୍ୟୋତି ରଞ୍ଜନ ନାୟକଙ୍କ ସମେତ ଅନ୍ୟ ଦଳୀୟ ନେତୃତ୍ୱ ମାନେ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ା ପରେ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ଥାନା ଏସ୍.ଆଇ ସୁରେନ୍ଦ୍ର କୁମାର ମଲ୍ଲ ପ୍ରମୁଖ ପହଞ୍ଚି ସ୍ଥାନୀୟ ଲୋକ ଓ ଗାଡି ମାଲିକଙ୍କ ସହିତ ଆଲୋଚନା କରିବା ପରେ ସମାଧାନ ହୋଇଥିଲା ା ମୃତକ ପରିବାରକୁ ଗାଡି ମାଲିକଙ୍କ ପକ୍ଷରୁ 1 ଲକ୍ଷ ଟଙ୍କା ଅନୁକମ୍ପା ରାଶିର ସହାୟତା ଦେବା ସହିତ କ୍ରିୟାକର୍ମ ଦାୟୀତ୍ୱ ସମ୍ପନ୍ନ କରିବେ ବୋଲି ନିଷ୍ପତ୍ତି ହୋଇଥିଲା ା ଏଥିସହିତ ବୀମା କମ୍ପାନୀରୁ କିପରି ସହାୟତା ମିଳିବ ସେନେଇ ଗାଡି ମାଲିକ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ା ପରେ ପୂର୍ବାହ୍ନ 11ଟା ଠାରୁ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା ା ମୃତ ଶରତ ଜଣେ ଗରିବ ବ୍ୟବସାୟୀ ହୋଇଥିବା ବେଳେ ବେପାର କରି ପରିବାର ପ୍ରତିପୋଷଣ କରିଆସୁଥିଲେ ା ତାଙ୍କର ୨ ଅବିବାହିତ ଝିଅ ଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ସ୍ଥାନୀୟଲୋକେ ଦାବି କରିଛନ୍ତି ା