ଡଙ୍କାରୀରେ ହେବ ତୈଳ ପ୍ରକଳ୍ପ, ବିଧାୟକଙ୍କୁ ଚିଠି

ଧର୍ମଶାଳା,୯ା୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଡଙ୍କାରୀଠାରେ ହେବାକୁ ଥିବା ତୈଳ ପ୍ରକଳ୍ପକାର୍ଯ୍ୟ ତ୍ୱରାନ୍ବିତ ପାଇଁ ଭାରତୀୟ ଷ୍ଟାଟଜୀ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ଼ ଆଇଏସ୍‌ପିଆର୍‌ଏଲ ପକ୍ଷରୁ ଚିଠି ସଂଖ୍ୟା ୨୫-୨୬/୦୩୩ରେ ଧର୍ମଶାଳା ବିଧାୟକଙ୍କୁ ଅବଗତ କରାଯାଇଛି। ଜିଲା ପ୍ରଶାସନ ସହିତ ଆଲୋଚନା କରି ତୈଳ ପ୍ରକଳ୍ପ ହେବାର ସ୍ଥାନକୁ ମାପଚୁପ କରାଯାଇ ନିଜ ଅକ୍ତିୟାରକୁ ନେବା ସହ ତାରବାଡ଼ ପାଚେରି କରି ଏହାକୁ ଆବଦ୍ଧ କରିବା ପାଇଁ ଉଲେଖ କରାଯାଇଛି। ଏଥିଲାଗି ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଛି। ଏହି କାର୍ଯ୍ୟ ଫେବୃଆରୀ ମାସ ମଧ୍ୟରେ ସାରିବା ପାଇଁ କୁହାଯାଇଛି। ଏହି ତୈଳ ପ୍ରକଳ୍ପ ପାଇଁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମ କ୍ରମେ ଡଙ୍କାରୀ ପ୍ରସ୍ତାବିତ ତୈଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହିତ ବିଭାଗର ୨୦୨୫ ଏପ୍ରିଲ ମାସରେ ଏମ୍‌ଓୟୁ ସାଇନ ହୋଇଯାଇଛି। ଏହି ପ୍ରକଳ୍ପର ଆବଶ୍ୟକ ଜମି ପାଇଁ ଇଡ୍‌କୋ ପକ୍ଷରୁ ୨୧କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଥିଲା ବେଳେ ବିଭାଗ ପକ୍ଷରୁ ଏହି ଟଙ୍କା ଇଡ୍‌କୋ ଆକାଉଣ୍ଟରେ ଜମା କରାଯାଇ ଥିବା ଚିଠିରେ ଉଲ୍ଲେଖ ରହିଛି। ଡଙ୍କାରୀଠାରେ ତୈଳ ପ୍ରକଳ୍ପ ହେବା ନେଇ ଦୀର୍ଘ ବର୍ଷରୁ ଲାଗି ରହିଥିବା ଆଶା ଆଶଙ୍କାର ପରିସମାପ୍ତି ଘଟିଛି। ଡଙ୍କାରୀଠାରେ ତାରବାଡ଼ ବୁଲାଇ ଆବଦ୍ଧ ହେଲା ପରେ ବିଭାଗ ପକ୍ଷରୁ ତୈଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାଯାଇଛି।

Dharitri –Odisha’s No.1 Trusted Odia Daily

Share