Bartholomew Ogbeche of Mumbai City FC takes the penalty during match 18 of the 7th season of the Hero Indian Super League between Mumbai City FC and Odisha FC held at the GMC Stadium Bambolim, Goa, India on the 6th December 2020 Photo by Deepak Malik / Sportzpics for ISL
ବାମ୍ବୋଲିମ୍, ୬।୧୨: ଇଣ୍ଡିଆନ ସୁପର୍ ଲିଗ୍ (ଆଇଏସ୍ଏଲ୍)ର ରବିବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସି ୨-୦ ଗୋଲରେ ଓଡ଼ିଶା ଏଫ୍ସିକୁ ପରାସ୍ତ କରିଛି। ସ୍ଥାନୀୟ ଜିଏମ୍ସି ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ମୁମ୍ବାଇ ଦମ୍ଦାର ପ୍ରଦର୍ଶନ କରି କ୍ରମାଗତ ତୃତୀୟ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି। ମୁମ୍ବାଇ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ୩ ବିଜୟ ଓ ଗୋଟିଏ ପରାଜୟ ସହ ୯ ପଏଣ୍ଟ ହାସଲ କରିଛି। ଅନ୍ୟପଟେ ଓଡ଼ିଶା ୪ଟି ମ୍ୟାଚ୍ ଖେଳି ୧ ଡ୍ର ଓ ୩ଟି ପରାଜୟ ସହ ୧ ପଏଣ୍ଟ ପାଇ ତାଲିକାର ୧୦ମ ସ୍ଥାନରେ ରହିଛି।
ପୂରା ମ୍ୟାଚରେ ମୁମ୍ବାଇ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ପ୍ରଥମାର୍ଦ୍ଧରେ ଦୁଇଟି ଯାକ ଗୋଲ ହୋଇଥିଲା। ମୁମ୍ବାଇ ତରଫରୁ ନାଇଜେରିଆ ଫୁଟବଲର ବାର୍ଥୋଲୋମ୍ୟୁ ଓଗ୍ବେଚେ ପେନାଲ୍ଟି ଜରିଆରେ ୩୦ତମ ମିନିଟ୍ରେ ପ୍ରଥମ ଗୋଲ ସ୍କୋର କରିଥିଲେ। ସେହିପରି ୪୫ତମ ମିନିଟ୍ରେ ରୋଲିନ ବୋର୍ଗେସ ଏକ ସୁନ୍ଦର ଗୋଲ ଦେଇ ଦଳୀୟ ସ୍କୋରକୁ ଦୁଇ ଗୁଣିତ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଓଡ଼ିଶା ଲଢୁଆ ଖେଳ ପ୍ରଦର୍ଶନ କରିଥିଲା। ମାର୍ସେଲିନୋ, ମାନୁଏଲ ଓନୁ ଓ ଲାଇଶ୍ରମ ସିଂଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ଏହି ଖେଳାଳିମାନେ କେତୋଟି ସୁଯୋଗ ମଧ୍ୟ ସୃଷ୍ଟି କରିଥିଲେ। ତେବେ ଦୁର୍ବଳ ଫିନିସ୍ ଯୋଗୁ ଗୋଲ ହୋଇପାରି ନ ଥିଲା। ବଲ୍ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ଓଡ଼ିଶାଠାରୁ ଯଥେଷ୍ଟ ଆଗରେ ଥିଲା ମୁମ୍ବାଇ। ଓଡ଼ିଶା ତା’ର ପରବର୍ତ୍ତୀ ମୁକାବିଲାରେ ଶନିବାର ଗୋଆକୁ ଭେଟିବ।