ଲୋକଙ୍କ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବ୍‌ଶୀଘ୍ର ହେବ ସମାଧାନ

ଦେବଗଡ଼,୨୦ା୫(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲା ତିଲେଇବଣି ବ୍ଲକ ସୁଗୁଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୪୫ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ମଧ୍ୟରେ ୩୧ଟି ବ୍ୟକ୍ତିଗତ ଓ ୧୪ଟି ସାମୂହିକ ଅଭିଯୋଗ ରହିଥିଲା। ବିଶେଷ କରି ମଧୁବାବୁ ପେନ୍‌ସନ, ସୁଭଦ୍ରା ଯୋଜନା, ନଳକୂପ, ଜମି ପଟ୍ଟା, ଜମି ଚିହ୍ନଟ କରିବା ନିମନ୍ତେ ପ୍ରମୁଖ ସମାଧାନ ପାଇଁ ଅଭିଯୋଗ ହୋଇଥିଲା। ଶିବିରରେ ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର, ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ଼ିଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଉପ ଜ଼ିଲାପାଳ ପରକ୍ଷିତ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ତିଲେଇବଣି ପ୍ରିୟଦର୍ଶିନୀ ମର୍ଦ୍ଧା, ତହସିଲଦାର କର୍ଣ୍ଣ ମଲ୍ଲିକ, ସହକାରୀ ଜ଼ିଲାପାଳ ହେମନ୍ତ ସିଂ ସମେତ ସମସ୍ତ ବିଭାଗର ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Share