Categories: Home Leftଖେଳ

ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ଓଏଫ୍‌ସି

ଭୁବନେଶ୍ୱର,୨୪ା୧(ସରୋଜ ଜେନା): ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ରେ ନିଜର ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ରହିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। କ୍ରମାଗତ ୫ ମ୍ୟାଚ୍‌ ଖେଳି ଦଳ ଅପରାଜେୟ ରହିଥିବା ବେଳେ ବୁଧବାର ବେଙ୍ଗାଲୁରୁ ଫୁଟବଲ ଷ୍ଟାଡିୟମରେ କର୍ନାଟକର କିକ୍‌ଷ୍ଟାର୍ଟ ଏଫ୍‌ସି ବିପକ୍ଷରେ ଖେଳିବ ଦଳ। ଏହା ଓଏଫ୍‌ସିର ଦ୍ୱିତୀୟ ଆଓ୍ବେ ମ୍ୟାଚ୍‌ ହୋଇଥିବା ବେଳେ ଦଳ ଏଥିରେ ବିଜୟ ହାସଲ କରିବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍‌ ପୂର୍ବରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଓଏଫ୍‌ସି ମୁଖ୍ୟ କୋଚ୍‌ କ୍ରିସ୍ପିନ୍‌ ଛେତ୍ରୀ ଓ ଅସ୍ତମ ଓରାଓଁ ଉପସ୍ଥିତ ଥିଲେ। ଦଳ ଏକ ୟୁନିଟ୍‌ ଭାବରେ ଚଳିତ ସିଜନରେ ଭଲ ପ୍ରଦର୍ଶନ କରି ଆସିଛି। ଅନ୍ୟ ପକ୍ଷରେ କିକ୍‌ ଷ୍ଟାର୍ଟ ମଧ୍ୟ ଏକ ଭଲ ଦଳ। ତେଣୁ ଏହା ବିପକ୍ଷରେ ବିଜୟ ଦଳର ଆତ୍ମବିଶ୍ୱାସ ବୃଦ୍ଧି କରିବ ବୋଲି କହିଥିଲେ କ୍ରିସ୍ପିନ୍‌ ଛେତ୍ରୀ। ସେହିପରି ଦଳର ପ୍ରସ୍ତୁତି ଜୋରଦାର ରହିଛି ଏବଂ ସମସ୍ତ ଖେଳାଳି ମାନସିକ ଭାବରେ ଦୃଢ ଅଛନ୍ତି ବୋଲି କହିଥିଲେ ଅସ୍ତମ।