କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼: ଛିଡ଼ା ହୋଇ ତାଳିମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭବ୍ୟ ପରେଡ୍‌ର ଆୟୋଜନ କରାଯାଇଛି। ଏଥିରେ ଭାଗ ନେଇଛନ୍ତି ୟୁରୋପୀୟ ୟୁନିଅନ କଣ୍ଟିଜେଣ୍ଟ। ଶକ୍ତି, ଶୌର୍ଯ୍ୟ ଓ ପରାକ୍ରମ ପ୍ରଦର୍ଶନ କରୁଛନ୍ତି ଭାରତୀୟ ସେନା। ପରେଡରେ ଅଭିବାଦନ ଗ୍ରହଣ କରୁଛନ୍ତି ରାଷ୍ଟ୍ରପତି। ବାୟୁ ଯୋଦ୍ଧାଙ୍କ ପକ୍ଷରୁ ସାମରିକ ଶକ୍ତି ପ୍ରଦର୍ଶନ କରାଯାଇଛି। ଅପରେଶନ ସିନ୍ଦୂରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ମଡେଲ ପ୍ରଦର୍ଶିତ। ଏହାସହ
ବିଭିନ୍ନ ରାଜ୍ୟ ଏବଂ ମନ୍ତ୍ରଣାଳୟ ପକ୍ଷରୁ କର୍ତ୍ତବ୍ୟ ପଥରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରାଯାଇଛି। ଏଥିରେ ସାମିଲ ହୋଇଛି। ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ‘ପରମ୍ପରାରୁ ପ୍ରଗତି’, ଆତ୍ମନିର୍ଭର ଭାରତରେ ଓଡ଼ିଶାର ଅବଦାନକୁ ଦର୍ଶାଉଛି। ପ୍ରଜ୍ଞାପନ ମେଢ଼ରେ କୋରାପୁଟ କଫି ଓ କୋଣାର୍କ ମନ୍ଦିରର ଝଲକ ରହିଛି। ମହିଳାଙ୍କ ନେତୃତ୍ୱ ଓ ସେମି କଣ୍ଡକ୍ଟର ଚିପ ଦର୍ଶାଯାଇଛି। ଏହାସହ ପଟ୍ଟଚିତ୍ର ଓ ତାରକସି କାମକୁ ପ୍ରଜ୍ଞାପନ ମେଢ଼ରେ ଦେଖାଯାଇଛି।

 

Dharitri – Odisha’s No.1 Odia Daily