ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ ପୋଲିସ ଥାନା। ପୋଲିସ ସେବା ଏବଂ କାର୍ଯ୍ୟଦକ୍ଷତାକୁ ଭିତ୍ତି କରି ପ୍ରତିବର୍ଷ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ପୋଲିସ ଥାନାଗୁଡ଼ିକୁ ଚୟନ କରାଯାଇଥାଏ।
କିଛି ନିର୍ଦ୍ଦିଷ୍ଟ ମାନଦଣ୍ଡ ବା ପାରାମିଟର ଆଧାରରେ ମିଳିଥାଏ ଏହି ପୁରସ୍କାର। ଶ୍ରେଷ୍ଠ ପୋଲିସ ଷ୍ଟେସନ ହେବାପରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ସମସ୍ତ କର୍ମଚାରୀ, ଥାନା ଅଧିକାରୀ ଓ ଏସଡିପିଓଙ୍କୁ ଶୁଭେଚ୍ଛା ଜଣାଇଲେ। ଏନେଇ ଏକ୍ସ ଯୋଗେ ସୂଚନା ମିଳିଛି।

Dharitri – Odisha’s No.1 Odia Daily

 

 

Share