Categories: Home Leftଖେଳ

ଓଡ଼ିଶାର ଆହାନ ମିଶ୍ରଙ୍କୁ ସଫଳତା

ଭୁବନେଶ୍ୱର, ୧୧।୧ (ତପନ ସ୍ବାଇଁ): କୋଲକାତାରେ ଅନୁଷ୍ଠିତ ଏଆଇଟିଏ ୧୮ ବର୍ଷରୁ କମ୍‌ ସିଏସ୍‌୭ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଆହାନ ମିଶ୍ର ଡବଲ୍ସରେ ଚାମ୍ପିୟନ ଓ ସିଙ୍ଗଲ୍ସରେ ରନରଅପ୍‌ ହୋଇଛନ୍ତି। ପଶ୍ଚିମବଙ୍ଗର ଶୌନକ ଚାଟାର୍ଜୀ ଓ ଆହାନଙ୍କ ଯୋଡ଼ି ଡବଲ୍ସ ଫାଇନାଲରେ ପଶ୍ଚିମବଙ୍ଗ ଯୋଡ଼ି ମୟନ୍ଦ ତିଓ୍ବାରୀ ଓ ମହମ୍ମଦ ଆଦିଲଙ୍କୁ ୬-୩, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ସିଙ୍ଗଲ୍ସ ଇଭେଣ୍ଟରେ ଆହାନ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲରେ ଟପ୍‌ ସିଡ୍‌ ଶୌନକ ଚାଟାର୍ଜୀଙ୍କଠାରୁ ୨-୬, ୬-୨, ୫-୭ରେ ହାରି ଯାଇଛନ୍ତି। ପ୍ରତିଯୋଗିତାରୁ ଆହାନଙ୍କୁ ୨୫ ଡବଲ୍ସ ଓ ୨୦ ସିଙ୍ଗଲ୍ସ ଏଆଇଟିଏ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ପ୍ରାପ୍ତ ହୋଇଛି।