ପାଟଣାଗଡ଼ରେ ଓଡ଼ିଶା ବନ୍ଦର ପ୍ରଭାବ

ପାଟଣାଗଡ଼,୧୭ା୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ଗୁରୁବାର ଓଡିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ପାଟଣାଗଡ଼ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ପତିତପାବନ ପ୍ରଧାନଙ୍କ ନେତୃତ୍ୱରେ ଆଜି ସକାଳୁ ଏନ୍‌ଏସିସ୍ଥିତ ରାମପୁରଠାରେ ସମସ୍ତ କଂଗ୍ରେସ କର୍ମୀ ଏକତ୍ରିତ ହୋଇଥିଲେ। ପରେ ସହରର ମୁଖ୍ୟ ରାସ୍ତା ଦେଇ ପିକେଟିଂ କରି ଖୋଲାଥିବା ଦୋକାନ ବଜାର ସବୁ ବନ୍ଦ କରିଥିଲେ। ଜରୁରୀକାଳୀନ ସେବାଗୁଡ଼ିକୁ ଛାଡିଦେଲେ ସମସ୍ତ ଦୋକାନ ବଜାର ସ୍କୁଲ କଲେଜ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଜିଲା କନଭେନର ଅନିଲ ମେହେର ସାମିଲ ହୋଇଥିବାବେଳେ, ବିଦ୍ୟା ମେହେର, ଚିନ୍ମୟ ପାତ୍ର, ପାଣ୍ଡବ ମେହେର, ନିଲକାନ୍ତ ବିଶି, ନିଳମଣି ବରିହା, ଗଜିନ୍ଦ୍ର ମେହେରଙ୍କ ସମେତ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।