Categories: Home Leftଖେଳ

ବିଜୟ ସହ ଓଡ଼ିଶାର ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ହୁବାଲିର ରେଲଓ୍ବେ କ୍ରିକେଟ ଗ୍ରାଉଣ୍ଡରେ ୪ର୍ଥ ଜାତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଓଡ଼ିଶା ପ୍ରଥମ ମ୍ୟାଚରେ ତେଲେଙ୍ଗାନାକୁ ହରାଇ ଅଭିଯାନ ଆରମ୍ଭ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ତେଲେଙ୍ଗାନା ୧୩.୨ ଓଭରରେ ୫୦ ରନରେ ଅଲ୍‌ଆଉଟ ହୋଇଥିଲା। ଓଡ଼ିଶା ପକ୍ଷରୁ ପାର୍ବତୀ ମାର୍ଣ୍ଡି ଓ ଯମୁନା ରାଣୀ ଟୁଡୁ ଗୋଟିଏ ଲେଖାଏ ଉଇକେଟ ନେଇଥିବାବେଳେ ୮ ବ୍ୟାଟର ରନ୍‌ଆଉଟ ହୋଇଥିଲେ। ଜବାବରେ ଓଡ଼ିଶା ୫ ଓଭରରେ ୨ ଉଇକେଟ ହରାଇ ୫୧ ରନ ସଂଗ୍ରହ କରି ନେଇଥିଲା। ୩୪ ରନ ସ୍କୋର କରିଥିବା ଝିଲି ବରୁଆ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଓଡ଼ିଶା ଏହାର ଦ୍ୱିତୀୟ ମ୍ୟାଚ ଗୁଜରାଟ ବିପକ୍ଷରେ ଖେଳିବ।