ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ: ଧରଣୀଧର ସଭାପତି, ରାମକୃଷ୍ଣ ହେଲେ ସମ୍ପାଦକ

ଦାରିଙ୍ଗବାଡି,୧୦।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ଓଡିଶା ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କ ସଂଗଠନର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ରବିବାର ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜିଲା ସଙ୍ଘର ସଭାପତି ଚତୁର୍ଭୁଜ ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲା ସମ୍ପାଦକ ସ୍ବତନ୍ତ୍ର ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ୍ୱର ଦଳାଇ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ଏହି ଚୟନ ପାଇଁ ଉକ୍ତ ବ୍ଲକ ଅଞ୍ଚଳରେ ରହିଥିବା ୯ ଟି ଉଚ୍ଚ ବିଦ୍ୟାଳୟ ତଥା ଶ୍ରାନିକେତା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମେତ  ତିଲୋରୀ ଆଶା କିରଣ ହାଇସ୍କୁଲ, ଦାରିଙ୍ଗବାଡି ଲାଲ ବାହାଦୁର ବିଦ୍ୟାଳୟ, ଗ୍ରୀନବାଡି ସରୋଜିନୀ ନାଇ ବାଳିକା ଉଚ୍ଚ ବିଦ୍ୟାଳୟ, ଦାସିଙ୍ଗବାଡ଼ି ଆଦିବାସୀ ହାଇସ୍କୁଲ, ସିଆଙ୍ଗବାଲି ହାଇସ୍କୁଲ, ଗଦାପୁର ହାଇସ୍କୁଲ, ବ୍ରାହ୍ମଣୀଗାଁ ପ୍ରଭାତୀତାରା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ତାଜୁଙ୍ଗିଆ ଆଇଜାକ ବେହେରା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀଶିକ୍ଷକ ମାନେ ଯୋଗଦେଇଥିଲେ।
ପ୍ରଥମେ ବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ ଆଲୋଚନା ସହ ଶିକ୍ଷୟତ୍ରୀଶିକ୍ଷକଙ୍କ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ସଂଗଠନର  ପୁରୁଣା ବ୍ଲକ କମିଟିକୁ ରଦ୍ଦ କରାଯାଇ ନୂତନ କମିଟି ଚୟନର ପ୍ରସ୍ଥାବ ଦିଆଯାଇଥିଲା ଓ ନୂତନ କମିଟି ଚୟନ କରାଯାଇଥିଲା। ଏଥିରେ ବ୍ଲକ ସଭାପତି ଭାବେ ଧରଣୀଧର ଦାସଙ୍କୁ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବେ ରାମକୃଷ୍ଣ ଦାସଙ୍କୁ ଚୟନ କରାଯାଇଥିଲା। ସେହିପରି ଉପସଭାପତି ଭାବେ ସୁଜାତା ମହାନ୍ତି ଏବଂ ଜି. ସତ୍ୟନାରାୟଣ ଦୋରା, ସହ ସମ୍ପାଦକ ବିନାୟକ ବାହିନୀ ପତି ଏବଂ ବନ୍ଦିତା ମିଶ୍ରଙ୍କୁ ଚୟନ କରାଯାଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କ୍ଷୀରୋଦ ପ୍ରଧାନଙ୍କୁ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସଙ୍ଘର ଜିଲା ସହ ସମ୍ପାଦକ ନରେଶ ଚନ୍ଦ୍ର ସାମଲ, ଜିଲା କମିଟି ସଦସ୍ୟ ପ୍ରଦ୍ୟୁମ୍ନ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
Dharitri – Odisha’s No.1 Odia Daily

Share