Categories: Home Leftଖେଳ

ଟିମ୍‌ ଇଭେଣ୍ଟରେ ଓଡ଼ିଶା ବାଳିକା ରନରଅପ୍‌

ଭୁବନେଶ୍ୱର,୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଟାଏକୋଣ୍ଡୋ ଫେଡେରେଶନ ଅଫ ଇଣ୍ଡିଆ ଓ ଉତ୍ତର ପ୍ରଦେଶ ଟାଏକୋଣ୍ଡା ସଙ୍ଘ ମିଳିତ ଆନୁକୂଲ୍ୟରେ ଜାନୁଆରୀ ୨୭ରୁ ୨୯ ତାରିଖ ପର୍ଯନ୍ତ ଉତ୍ତର ପ୍ରଦେଶର ବରେଲିଠାରେ ୩୯ ତମ ଜାତୀୟ ଜୁନିଅର କିରୋଗୀ ଓ ୧୨ତମ ଜାତୀୟ ପୁମସି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ ୩୧ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ। କିରୋଗୀର ଟିମ୍‌ ଇଭେଣ୍ଟରେ ବାଳିକା ଦଳ ରନରଅପ୍‌ ହୋଇଥିବା ବେଳେ ପୁମସିରେ ବାଳକ ଦଳ ରନରଅପ୍‌ ରହିଛି। କିରୋଗୀ ଇଭେଣ୍ଟର ବାଳିକା ବର୍ଗରେ ସୁମନ ସୁଆର ଓ ଅପୂର୍ବା ଆର୍ଯ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ବାଳକ ବର୍ଗରେ ପିୟୁଷ ପ୍ରସାଦ ଷଡ଼ଙ୍ଗୀ ଓ ବାଳିକା ବର୍ଗରେ ପ୍ରିୟଙ୍କା ବଡ଼ଜେନା ଓ ସ୍ବପ୍ନା ଭୋଇ ବ୍ରୋଞ୍ଜ ପଦକ ଜିତିଥିଲେ।
ପୁମସି ଇଭେଣ୍ଟରେ ବ୍ୟକ୍ତିଗତ ବିଭାଗରେ ଜଗବନ୍ଧୁ ସାହୁ ଓଅଙ୍କିତା ପାତ୍ର ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଯୁଗଳ ବିଭାଗରେ ସୋମ୍ୟ ପ୍ରତାପ ନାୟକ ଓ ଅଙ୍କିତା ପାତ୍ର ରୌପ୍ୟ ପଦକ ହାସଲ କରିଥିଲେ। ବାଳକ ଦଳରେ ଜଗବନ୍ଧୁ ସାହୁ, ଚାରସନ ମହାପାତ୍ର, ବି.ଗୌରଭ ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ବାଳିକା ଦଳ ପକ୍ଷରୁ ସୁନୟନା ମେହେର, ମନୀଷା ସାହୁ ଓ ସୁଲଗ୍ନା ମିଶ୍ର ସ୍ବର୍ଣ୍ଣ ପଦକ ଜିତିଥିଲେ। ଓଡିଶା ଟାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜଙ୍କ ତରଫରୁ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ଦଶ ହଜାର, ରୌପ୍ୟ ପଦକ ବିଜେତାଙ୍କୁ ସାତ ହଜାର ଟଙ୍କା ଓ ବ୍ରୋଞ୍ଜ ପଦକ ବିଜେତାକୁ ପାଞ୍ଚ ହଜାର ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ।