ଘଡ଼ଘଡ଼ି ଯୋଗୁ ନିୟନ୍ତ୍ରଣ ହରାଇ ବସିଲେ, ଗଛକୁ ପିଟିଲା ଡାଲା ଅଟୋ, ଚାଳକ…

ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ବୁଧବାର ଅପରାହ୍ନରେ ଏକ ଖଇ ବୋଝେଇ ଡାଲା ଅଟୋ ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡିଛି । ଚାଳକଜଣକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ରାସ୍ତା ପାଶର୍‌ବରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଯାହାଫଳରେ ଅଟୋ ଚାଳକ ସାନଖେମୁଣ୍ଡି ବ୍ଳକ ଛଣମେରୀ ଗ୍ରାମର ପବିତ୍ର ନାୟକ ଗୁରୁତର ହୋଇଛନ୍ତି ।
ସୂଚନାନୁଯାୟୀ, ଚାଳକ ପବିତ୍ର ଅଟୋ ନଂ.( ଓଡି୦୭ ଏ ଏମ ୪୭୦୩) ଯୋଗେ ଧାନ ଚଷୁ (ଖଇ) ବସ୍ତା ଧରି ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ପ୍ରବଳ ବର୍ଷା ସହ ପ୍ରଚଣ୍ତ ଘଡ଼ଘଡି ମାରୁଥିଲା। ଘଡ ଘଡି ଶବ୍ଦରେ ହଡବଡେଇ ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ ଗଛକୁ ଧକ୍କା ଦେଇଥିବା ଜଣାପଡିଛି। ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

Share