ଚିକିତ୍ସା କରିବା ସତ୍ତ୍ୱେ ରୋଗ ଭଲ ହେଲା ନାହିଁ, ଶେଷରେ ବିଷ ପିଇ ଆତ୍ମହତ୍ୟା କରିଦେଲେ

ମୋହନା.୧୨।୨( ମନ୍ମଥ ମିଶ୍ର): ରୋଗ ଭଲ ନ ହେବାରୁ ବିଷ ପିଇ ଆତ୍ମହତ୍ୟା l ଗଜପତି ଜିଲା ମୋହନା ଥାନା ମଳାସପଦର ପଞ୍ଚାୟତ ରୁଜାଙ୍ଗି ଗାଁରେ ରୋଗ ଭଲ ନ ହେବାରୁ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି l ମୃତ ଜଣଙ୍କ ହେଲେ ରୁଯାଙ୍ଗି ଗାଁର ଲୋକନାଥ ଗମାଙ୍ଗ l ବୁଧବାର ସକାଳେ ନିକଟସ୍ଥ ଜଙ୍ଗଲରୁ ପରିବାରଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରିଥିଲେ l ଡାକ୍ତର ଜିତେନ୍ଦ୍ର ପ୍ରସାଦ ଦାସ ତାଙ୍କୁ ମେଡିକାଲରେ ମୃତ ଘୋଷଣା କରିଛନ୍ତିl

ସୂଚନାନୁଯାୟୀ,ମୃତ ବ୍ୟକ୍ତିଜଣଙ୍କ ବିଷ ପିଇ ଥିବା ଡାକ୍ତର କହିଥିବା ବେଳେ ଦୀର୍ଘ ଦିନରୁ ସେ ଅସୁସ୍ଥ ଥିବା ପରିବାରଲୋକେ କହିଛନ୍ତି। ସେ ବିଭିନ୍ନ ସ୍ଥାନରେ ଚିକିତ୍ସା କରିବା ସତ୍ତ୍ୱେ ରୋଗ ଭଲ ହୋଇ ନ ଥିଲା। ପରେ ସେ ପୂଜାବିଧି କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ଶେଷରେ ନିରାଶ ହୋଇ ବୁଧବାର ସେ ବିଷ ପିଇ ଆତ୍ମ ହତ୍ୟା କରିଥିବା ଗ୍ରାମବାସୀ ସତ୍ୟ ଗମାଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ ମୃତଦେହ ଜବତକରି ବ୍ରହ୍ମପୁର ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୩/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ମୋହନା ଥାନା ପକ୍ଷରୁ ସୂଚନା ମିଳିଛି ।