ଦାରିଙ୍ଗବାଡି, ୮।୧୦(ଅରୁଣ ସାହୁ ): ବ୍ରହ୍ମପୁରଠାରେ ବରିଷ୍ଠ ଓକିଲ ତଥା ଓକିଲ ସଙ୍ଘର ରାଜ୍ୟ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ଏହାର ପ୍ରତିବାଦରେ ଦାରିଙ୍ଗବାଡି ଓକିଲ ସଙ୍ଘ ପକ୍ଷରୁ ବୁଧବାର କଲମ ଛାଡ଼ ଆନ୍ଦୋଳନ କରାଯାଇଛି।ଚଫଳରେ ଦାରିଙ୍ଗବାଡି ପ୍ରଥମଶ୍ରେଣୀ ବିଚାର ବିଭାଗକୁ ଆସୁଥିବା ବିଭିନ୍ନ ଲୋକ ନିଜ ଓକିଙ୍କ ଦ୍ୱାରା ରହିଥିବା କାର୍ଯ୍ୟ ଅଟକିଯାଇଛି। ଓକିଲ ସଙ୍ଘ ପକ୍ଷରୁ ଏହି ପ୍ରତିବାଦ କରୁଥିବା ନେଇ ସଙ୍ଘ ପକ୍ଷରୁ ପ୍ରଥମଶ୍ରେଣୀ ବିଚାରପତି ଙ୍କୁ ଲିଖିତ ଜଣାଇଥିବା ସଂଘ ର ସଭାପତି ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ସଙ୍ଘର ଉପସଭାପତି ସନ୍ତୋଷ କୁମାର ସାହୁ, ସମ୍ପାଦକ ଇନ୍ଦ୍ରମଣୀ ପ୍ରଧାନ, ସହ ସମ୍ପାଦକ ହରେନ କୁମାର ସାହୁ କୋଷଧ୍ୟକ୍ଷ ରାମଚନ୍ଦ୍ର ବେହେରା, ଏଲିଆସ ମାଝୀ,ମନୋଜ କୁମାର ପଣ୍ଡା ପ୍ରମୁଖ କଲମ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ।