ଓଡ଼ିଶା ବନ୍ଦ ପ୍ରଭାବ: ରାସ୍ତାରେ ଛିଡା ହୋଇଛି ଶହ ଶହ ଗାଡ଼ି

ଧର୍ମଶାଳା,୨୮।୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ ରାସ୍ତା ବନ୍ଦ କରାଯାଇଛି। ଧାନ ମଣ୍ଡିରେ ଅବ୍ୟବସ୍ଥା, ପ୍ରଦୂଷଣ ନାମରେ ସାଧାରଣ ବ୍ୟକ୍ତିଙ୍କଠାରୁ ଫାଇନ ଆଦାୟ, ଟାଟା ପାୱାରର ସ୍ମାର୍ଟ ମିଟର ନାମରେ ଶୋଷଣ ଓ କୃଷି ମନ୍ତ୍ରୀଙ୍କ ଉପସ୍ଥିତିରେ ନବ ନିର୍ମାଣ ନେତୃତ୍ୱଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ସାରା ଓଡ଼ିଶା ବନ୍ଦ କରାଯାଇଛି। ସେମାନେ ପିକେଟିଂ କରିବା ସହ ଜାତୀୟ ରାଜପଥରେ ଯାଉଥିବା ଗାଡି ଗୁଡିକୁ ଅଟକାଇବା ସହ ରାଜପଥ ଉପରେ ଧାରଣାରେ ବସିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶରେ ଶହ ଶହ ଗାଡି ଅଟକି ରହିଛି। ଏପଟେ ଚଣ୍ଡିଖୋଲ ଛକରେ ଥିବା ଦୋକାନ ବଜାର ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏହାକୁ କଂଗ୍ରେସ ଦଳ ପକ୍ଷରୁ ସମର୍ଥନ କରାଯାଇଥିବା ଦେଖିବାକୁ ମିଳୁଛି। ଧର୍ମଶାଳା କଂଗ୍ରେସ ନେତା କିଶାନ ପଣ୍ଡାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଚଣ୍ଡିଖୋଲ ଛକରେ ସକାଳୁ ପହଞ୍ଚି ଏହି ବନ୍ଦକୁ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି।

 

Dharitri – Odisha’s No.1 Odia Daily