ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ୪

ଭୁବନେଶ୍ୱର,୩।୨: (କ୍ରୀଡ଼ା ପ୍ରତିନିଧି)ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ହାଇଦ୍ରାବାଦଠାରେ ଚଳିତ ମାସ ୧୨ରୁ ୨୧ ପର୍ଯ୍ୟନ୍ତ ସିନିୟର ମହିଳା ଆନ୍ତଃଜୋନ ଏକଦିବସୀୟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବାଞ୍ଚଳ ଚୟନ କମିଟି ବୈଠକ ଗୁରୁବାର ରାଞ୍ଚତ୍ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚୟନ ହୋଇଥିବା ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ୪ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ମାଧୁରୀ ମେହେଟା, ସରିତା ମେହେର, ସୁଶ୍ରୀ ଦିବ୍ୟଦର୍ଶିନୀ ଓ ରସନାରା ପରବିନ। ଘରୋଇ କ୍ରିକେଟରେ କ୍ରମାଗତ ଭଲ ପ୍ରଦର୍ଶନ ଜାରି ରଖିଥିବାରୁ ଏହି ୪ ଓଡ଼ିଆ ଖେଳାଳି ପୂର୍ବାଞ୍ଚଳ ଚୟନ କର୍ତ୍ତାଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଛନ୍ତି। ମନୋନୀତ ଓଡ଼ିଆ ଖେଳାଳିମାନଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି।