ଗଞ୍ଜାମ,୫ା୫(ବିଦ୍ୟାଧର ସାହୁ):ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ସୁପରଭାଇଜର ଭାବେ କାର୍ଯ୍ୟରତ ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ୍ କୁଶପଲ୍ଲୀ ଗାଁର ଯୁବକ ରବୀନ୍ଦ୍ର ସାହୁ (୨୫)ଙ୍କୁ ଗତ ଗୁରୁବାର ହତ୍ୟା କରାଯାଇଛି। ଏନେଇ ରବୀନ୍ଦ୍ରଙ୍କ ପରିବାର ପକ୍ଷରୁ ହୁମା ଫାଣ୍ଡିରେ ଶନିବାର ଅଭିଯୋଗ ହୋଇଛି। ବେଙ୍ଗାଲୁରୁରେ ଜଣେ ସାଙ୍ଗ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରି ଭୁସି ଦେଇଥିବା ମୃତ୍ୟୁ ପୂର୍ବରୁ ରବୀନ୍ଦ୍ର ଫୋନ ଯୋଗେ ପରିବାର ଲୋକଙ୍କୁ ଜଣାଇଥିଲେ। ରବୀନ୍ଦ୍ର ଗତ ପାଞ୍ଚ ଦିନ ତଳେ ଦାଦାଙ୍କ ଝିଅ ବାହାଘର ପାଇଁ ଗାଁକୁ ଆସିଥିଲେ। ବାହାଘର ସରିବା ପରେ ସେ ବେଙ୍ଗାଲୁରୁ ଚାଲିଯାଇଥିଲେ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ରବୀନ୍ଦ୍ରଙ୍କ ଭିଣୋଇ ସିଲୁ ସ୍ବାଇଁ ବେଙ୍ଗାଲୁରୁରେ ପହଞ୍ଚତ୍ଥିଲେ। ରବୀନ୍ଦ୍ର କାମ କରୁଥିବା କମ୍ପାନୀକୁ ସିଲୁ ଫୋନ କରିଥିଲେ ମଧ୍ୟ କେହି ସହଯୋଗ କରି ନ ଥିଲେ। ପରେ ଏଗଲ ନାମକ ଏକ ସିକ୍ୟୁରିଟି ସଂସ୍ଥା ମୃତଦେହ ଗାଁକୁ ପଠାଇବା ବ୍ୟବସ୍ଥା କରିଛି। ମୃତଦେହ ଗାଁରେ ପହଞ୍ଚତ୍ବା ପରେ ଶୋକର ଛାୟା ଖେଳିଯାଇଛି।