ତେଲଙ୍ଗାନାରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଲାଠୋର,୨୦ା୧(ଭୁବନେଶ୍ୱର ବାରିକ)- ତେଲଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ତୁରେକେଲା ଥାନା ଭାଲୁକୁନା ଗ୍ରାମର ଦଶରଥ ହଂସ(୪୫)। ସେଠାରୁ ତାଙ୍କ ମୃତଦେହ ଘରକୁ ଆସୁଥିବା ପରିବାର ସଦସ୍ୟ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ନଭେମ୍ବରରେ ଦଶରଥ, ସ୍ତ୍ରୀ ଅଞ୍ଜନା ହଂସ(୩୮), ୧୪ ବର୍ଷର ଝିଅ ଓ ୧୧ ବର୍ଷର ପୁଅ ତେଲଙ୍ଗାନା ଯାଇଥିଲେ। ସେଠାରେ ଦଶରଥ ଓ ଅଞ୍ଜନା ଏକ ଇଟାଭାଟିରେ କାମ କରୁଥିଲେ।

ସୋମବାର ରାତିରେ ଦଶରଥ ଅସୁସ୍ଥ ଅନୁଭବ କରୁଥିବା ନେଇ ଅଞ୍ଜନାଙ୍କୁ କହିଥିଲେ। କିଛି ସମୟ ପରେ ବାହାରକୁ ଶୌଚହେବା ପାଇଁ ଯାଇ ଘର ଭିତରକୁ ଆସି ହଠାତ୍‌ ଟଳି ପଡ଼ିଥିଲେ। ଚିକିତ୍ସା ଲାଗି ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।