କୋଲକାତା,୧୪ା୧୦: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କରିଛି ଦୁର୍ଗାପୁର ପୋଲିସ । କ୍ୟାମ୍ପସ ବାହାରକୁ ନେବା ପାଇଁ ସେହିଦିନ ବୟଫ୍ରେଣ୍ଡ ଯୁବତୀଙ୍କୁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତେବେ ଆସନ୍ତାକାଲି ଅର୍ଥାତ୍ ବୁଧବାର ବୟଫ୍ରେଣ୍ଡକୁ କୋର୍ଟ ଚାଲାଣ କରାଯିବ। ଏନେଇ ଆସାନସୋଲ-ଦୁର୍ଗାପୁର କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନାଥାଉକି, ବୟଫ୍ରେଣ୍ଡଙ୍କ ମିଶାଇ ଉକ୍ତ ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇସାରିଲାଣି।