ଦାଦନ ଖଟିବାକୁ ଯାଇଥିଲା ଓଡ଼ିଆ ପୁଅ: ଫେରିଲା ମୃତଦେହ, କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ପଟ୍ଟାଙ୍ଗି,୨୮।୧୦(ଶରତ କୁମାର ଧଳ): ପଡ଼ୋଶୀ ରାଜ୍ୟ ଆନ୍ଧ୍ରକୁ ଦାଦନ ଶ୍ରମିକ ଭାବେ କାମକୁ କରିବାକୁ ଯାଇ ଆଉ ଫେରିଲେନି ଓଡ଼ଆ ପୁଅ। ତାଙ୍କ ମୃତ୍ୟୁକୁ ନେଇ ଚିନ୍ତାରେ ପରିବାର ବର୍ଗ। ଏହିପରି ଦୃଶ୍ୟ ଦେଖି ବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ପଞ୍ଚାୟତର ମୂଳାଶଙ୍କର ଗ୍ରାମରେ ବସବାସ କରୁଥିବା ନିନାଲା ତାମାଲଙ୍କ କ୍ଷେତ୍ରରେ।
ସୂଚନା ମୁତାବକ ନିନାଲାଙ୍କ ଏକ ମାତ୍ର ରୋଜଗାର କ୍ଷମପୁଅ ନାଗେସ ତାମାଲ ଗ୍ରାମର କିଛି ଲୋକଙ୍କ ସହ ମିଶି ପଡୋଶୀ ଆନ୍ଧ୍ର ରାଜ୍ୟର କାକିନାଡା ଅଞ୍ଚଳର ବିମାଓରାମ ଗ୍ରାମରେ ଏକ ଫାର୍ମହାଉସର ମାଛ ବନ୍ଦରେ କାମ କରିବା ପାଇଁ ଯାଇଥିଲେ। ଉକ୍ତ ଅଞ୍ଚଳରେ ଗତ ୮ ମାସ ଧରି ଦାଦନ ଶ୍ରମିକ ଭାବେ ନାଗେସ କାମ କରୁଥିବା ବେଳେ ମଙ୍ଗଳବାର ଭୋର ସକାଳୁ ମାଛ ବନ୍ଦରେ କାମ କରୁଥିବା ସମୟରେ ହଟାତ୍‌ ବିଦ୍ୟୁତ୍‌  ସର୍ଟ ଶର୍କିଟରେ ମୃତ୍ୟୁବରଣ କରିଥିଲେ। ଏହି ଖବର ପାଇ ଏକ ପ୍ରକାର ପରିବାର ସଦସ୍ୟ ଭାଙ୍ଗି ପଡିଥିବା ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ମୃତ ନାଗେସ କାମ କରୁଥିବା ଫାର୍ମହାଉସ ମାଲିକଙ୍କଠାରୁ ୮ ମାସର ମଜୁରି ୧ ଲକ୍ଷ ୨୦ ହଜାର ଟଙ୍କା ପାଇବାକୁ ଥିବାବେଳେ ୪୦ ହଜାର ଟଙ୍କା  ତାଙ୍କ ସମ୍ପର୍କୀୟଙ୍କ ହାତରେ ଦେଇ ଏକ ଆମ୍ବୁଲାନ୍ସ ଯୋଗେ ନାଗେସଙ୍କ ମୃତ ଦେହ ଓଡ଼ିଶା ପଠାଇଥିଲେ। ଏ ନେଇ ଗ୍ରାମବାସୀ ଏବଂ ସମ୍ପର୍କୀୟଙ୍କ କ୍ଷେତ୍ରରେ ଅସନ୍ତୋଷ ଦେଖା ଦେଇିଛି ।
Dharitri – Odisha’s No.1 Odia Daily

Share