ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଓଡ଼ିଆ ପକ୍ଷ ପାଳନ, ୫୦ ଛାତ୍ରୀଛାତ୍ର ପୁରସ୍କୃତ

ଭୁବନ,୯।୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବିଜ୍ଞାପିତ ପରିଷଦ ପକ୍ଷରୁ ପାଳନ ହେଉଛି ଓଡ଼ିଆ ପକ୍ଷ। ଏହି ଦିବସରେ ଏନଏସି ମଧ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ , ପରିମଳ ତଥା ଓଡ଼ିଆ ଅସ୍ମିତା ଉପରେ ପ୍ରାଧାନ୍ୟ ଦିଆଯାଇଛି । ସେଥିରେ ଭୁବନରେ ଥିବା ୨ଟି କଲେଜରେ ୫୦ ଜଣ ଛାତ୍ରୀଛାତ୍ରଙ୍କୁ ପୁସ୍ତକ ବଣ୍ଟନ କରାଯାଇଛି । ପ୍ରଥମେ ବାଜି ରାଉତ କଲେ ଓ ପରେପରେ ମହିଳା କଲେଜରେ ପୁସ୍ତକ ବଣ୍ଟନ କରାଯାଇଥିଲା। ଏହି ଅବସରରେ ମହିଳା କଲେଜରେ କାମାକ୍ଷାନଗର ବିଧାୟକ ସତୃଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷା କିପରି ଆମକୁ ଉଚ୍ଚ ସ୍ତରରେ ପହଞ୍ଚାଇବାର ମାଧ୍ୟମ ହୋଇପାରିଛି ସେଥିପାଇଁ ଆମେ ଗର୍ବିତ ବୋଲି ମାର୍ଗଦର୍ଶନ ଦେଇଥିଲେ । ସେଥିରେ ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ମହିଳା ଡିଗ୍ରିକଲେଜ ଅଧକ୍ଷ ଦିଲିପ ଦାସ, +୨କଲେଜର ଅଧ୍ୟକ୍ଷା ଚୁପ୍ତିମୟୀ ସେନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଆ ଅସ୍ମୀତା ଉପରେ ମାର୍ଗଦର୍ଶନ କରିଥିଲେ। ସେଥିରେ ଏନଏସି ନିର୍ବାହୀ ଅଧିକାରୀ ଲୋକନାଥ ବେଜ ଅଧ୍ୟକ୍ଷତା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । କଲେଜର ସଂସ୍କୃତ ବିଭାଗ ଅଧ୍ୟାପକ ନିରଞ୍ଜନ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କଲେଜର ସମସ୍ତ ଛାତ୍ରୀ ,ଅଧ୍ୟାପିକା ,ଅଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।