ନୂଆପଡ଼ା,୧୨ା୪ (ମକାରୁ ବେମାଲ)-ସ୍ଥାନୀୟ ନ୍ୟାଶନାଲ କଲେଜଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲାସ୍ତରୀୟ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ସ୍ବୀକୃତି ପଛରେ ନ ଦୌଡି କୃତି ପଛରେ ଦୌଡ଼ିଲେ ସଫଳତା ମିଳେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା, ଡ. ସୁଶାନ୍ତ କୁମାର ବିଶି, ଗୌରାଙ୍ଗ କୁମାର ସାହୁ, ବୈଷ୍ଣବ ମେହେର, କଲେଜ ଅଧ୍ୟକ୍ଷ ହିତେଶ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ଜିଲାର ବିଭିନ୍ନ କଲେଜରୁ ଆସିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ କବିତା, କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ସଂସ୍କୃତି ଅଧିକାରୀ ରମେଶ ମାହାର ମୁଖ୍ୟ ଅତିଥି ଭାବେ ଯୋଗଦାନକରି କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ। କବିତା, ଗଳ୍ପ ଓ ପ୍ରବନ୍ଧ ପ୍ରତିଯୋଗିତାରେ ବିଚାରକ ଭାବରେ ଭବତୋଷ ଦାସ, ଫାଲ୍ଗୁନୀ ସାହୁ, ନନ୍ଦିଘୋଷ ଭୋଇ, ସୁଶାନ୍ତ କୁମାର ମୁଣ୍ଡ, ସଚିନ ବାବୁ, ଶିଶିର ଭୋଇ, କିଶୋର ଚନ୍ଦ୍ର ପ୍ରଧାନ, ଯୋଗେନ୍ଦ୍ର ବେହେରା ଓ ସୌମ୍ୟରଞ୍ଜନ ନାଏକ ସହଯୋଗ କରିଥିଲେ। ବିଭୁକିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।